ପୁନେରେ ପ୍ରାଣହରାଇଥିବା ଓଡ଼ିଆ ଯୁବକଙ୍କ ପାର୍ଥିବ ଶରୀର ଫେରାଇ ଆଣିଲା ଓଡ଼ିଶା – ମୋ ପରିବାର

ଭୁବନେଶ୍ୱର: – ପୁନେଠାରେ ଏକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓଡ଼ିଆ ଯୁବକଙ୍କ ପାର୍ଥିବ ଶରୀରକୁ ଫେରାଇଆଣିଲା ଓଡ଼ିଶା – ମୋ ପରିବାର । ଭୁବନେଶ୍ବର ବିମାନବନ୍ଦରଠାରେ ଓଡ଼ିଶା ମୋ ପରିବାର ସଦସ୍ୟ ତଥା ଭୁବନେଶ୍ୱର ( ମଧ୍ୟ ) ବିଧାୟକ ଅନନ୍ତ ନାରାୟଣ ଜେନା ପାର୍ଥିବ ଶରୀରରୁ ଗ୍ରହଣ କରି ମୃତକଙ୍କ ପରିବାରକୁ ହସ୍ତାନ୍ତର କରିଛନ୍ତି । ପ୍ରକାଶଥାଉକି , ଖପରପଡ଼ା , ଭଦ୍ରକର ଦେବାଶିଷ ପଣ୍ଡା ନାମକ ବ୍ୟକ୍ତି ପୁନେରେ ରହି ଏକ ଲଜିଷ୍ଟିକ୍ କମ୍ପାନିରେ କାମ କରୁଥିଲେ । ଗତ ତା 30.12.2020 ରିଖ ଦିନ ଏକ ଦୁର୍ଘଟଣାରେ ସେ ପ୍ରାଣ ହରାଇଥିଲେ ।

ଏହି ଖବର ଓଡ଼ିଆ ମହାସଂଚର ସଭାପତି ଶ୍ରୀ ମନୋଜ ନାୟକ ଓଡ଼ିଶା – ମୋ ପରିବାରକୁ ଜଣାଇ କହିଥିଲେ ଯେ , ମୃତକଙ୍କ ପାର୍ଥିବ ଶରୀରକୁ ଓଡ଼ିଶା ଫେରାଇଆଣିବାକୁ ବହୁ ଅସୁବିଧା ଉପୁଜୁଛି । ଏହାପରେ ଓଡ଼ିଶା – ମୋ ପରିବାର ଓ ଓଡ଼ିଆ ମହାସଂଚର ସଭାପତି ଶ୍ରୀ ନାୟକ ଏଥିରେ ହସ୍ତକ୍ଷେପ କରି ମୃତକ ଦେବାଶିଷଙ୍କ ପାର୍ଥିବ ଶରୀରକୁ ବିମାନଯୋଗେ ଓଡ଼ିଶା ଫେରାଇ ଆଣିଲେ । ଆଜି ଭୁବନେଶ୍ଵର ବିମାନବନ୍ଦରରେ ଓଡ଼ିଶା – ମୋ ପରିବାର ସଦସ୍ୟ ତଥା ଭୁବନେଶ୍ୱର ( ମଧ୍ୟ ) ବିଧାୟକ ଅନନ୍ତ ନାରାୟଣ ଜେନା ସମେତ ଅନ୍ୟ ସଦସ୍ୟମାନେ ଉପସ୍ଥିତ ରହି ପାର୍ଥିବ ଶରୀରକୁ ତାଙ୍କ ପରିବାରଲୋକଙ୍କୁ ହସ୍ତାନ୍ତର କରିଥିଲେ । ଏହି ମହତ କାର୍ଯ୍ୟପାଇଁ ମୃତକ ଦେବାଶିଷଙ୍କ ପରିବାର ଲୋକେ ଓଡ଼ିଶା ମୋ ପରିବାରକୁ କୃତଜ୍ଞତା ଜଣାଇ ଥିଲେ ।

Comments are closed.