ପୁରୀ ସ୍ୱର୍ଗଦ୍ୱାରରେ ଶବଦାହ ଉପରେ କଟକଣା, ଜିଲ୍ଲା ବାହାରର ଲୋକଙ୍କ ଶବଶତ୍କାର ମନା

ପୁରୀ – ସ୍ୱର୍ଗଦ୍ୱାରରେ ଶବସତ୍କାର ଉପରେ କଟକଣା ଜାରି କରାଯାଇଛି । କାଲିଠାରୁ ସ୍ୱର୍ଗଦ୍ୱାରରେ ଜିଲ୍ଲା ବାହାରର ଲୋକଙ୍କ ଶବସତ୍କାର ହୋଇପାରିବ ନାହିଁ । ମହୋଦଧିରେ ଅସ୍ଥି ବିସର୍ଜନ ଓ ଶ୍ୱେତଗଙ୍ଗାରେ ଶୁଦ୍ଧି କ୍ରିୟା ମଧ୍ୟ ବନ୍ଦ ହେବ । ଜିଲ୍ଲାର କୋଭିଡ ମୃତକଙ୍କ ଶବଦାହ ମଙ୍ଗଳାନଦୀ ଘାଟ ନିକଟରେ ହେବ ବୋଲି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି .

Comments are closed.