ପୂର୍ବତନ କେନ୍ଦ୍ର ମନ୍ତ୍ରୀ ରଘୁବଂଶ ପ୍ରସାହ ସିଂହଙ୍କ ୭୪ ବର୍ଷ ବୟସରେ ପରଲୋକ , ଆରଜେଡିରୁ ଦେଇଥିଲେ ଇସ୍ତଫା

ନୂଆଦିଲ୍ଲୀ – ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଆରଜେଡିର ବରିଷ୍ଠ ନେତା ପ୍ରଫେସର ରଘୁବଂଶ ପ୍ରସାଦ ସିଂହଙ୍କର ଦେହାନ୍ତ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା । ସେ କିଛିଦିନ ହେବ ଅସୁସ୍ଥ ଥିଲେ । ଦିଲ୍ଲୀରେ ଏମସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ମାତ୍ର ତିନି ଦିନ ତଳେ ସେ ଆରଜେଡିରୁ ଇସ୍ତଫା ଦେଇଥିଲେ । ଆଇସିୟୁରେ ଥାଇ ସେ ଦଳରୁ ଇସ୍ତଫା ଦେଇଥିଲେ । କିନ୍ତୁ ଲାଲୁ ପ୍ରସାଦ ତାଙ୍କ ଇସ୍ତଫା ଗ୍ରହଣ କରି ନ ଥିଲେ । ମନମୋହନ ସିଂହଙ୍କ ନେତୃତ୍ୱାଧିନ ୟୁପିଏ ସରକାରରେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଥିଲେ ରଘୁବଂଶ । ୟୁପିଏ ସରକାରଙ୍କ ମନରେଗା ଯୋଜନାର ଶୁଭାରମ୍ଭ କରିଥିଲେ ରଘୁବଂଶ ।

Comments are closed.