ପ୍ରଥମ ଭାରତୀୟ ମହିଳା କ୍ରିକେଟର ଭାବେ ଅନ୍ତର୍ଜାତୀୟ କ୍ରିକେଟରେ ୧୦ ହଜାର ରନ୍ ପୂରଣ କଲେ ମିତାଲି

ଲକ୍ଷ୍ନୌ – ଭାରତୀୟ ମହିଳା କ୍ରିକେଟ୍ ଦଳର ଅଧିନାୟକ ମିତାଲି ରାଜ ପ୍ରଥମ ଭାରତୀୟ ମହିଳା କ୍ରିକେଟର ଭାବେ ୧୦ ହଜାର ଅନ୍ତର୍ଜାତୀୟ ରନ୍ କରିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ଏକ ଦିନିକିଆ କ୍ରିକେଟ୍ ସିରିଜ୍ ସମୟରେ ମିତାଲି ଏହି ମାଇଲଖୁଣ୍ଟ ଛୁଇଁଛନ୍ତି ।

୩୮ ବର୍ଷିୟା ମିତାଲି ରାଜ ଏହି କୀର୍ତ୍ତିମାନ କରିବାରେ ବିଶ୍ୱର ଦ୍ୱିତୀୟ ମହିଳା ଖେଳାଳି | ତାଙ୍କ ପୂର୍ବରୁ ଇଂଲଣ୍ଡର ଚାର୍ଲୋଟ୍ ଏଡୱାର୍ଡସ୍ ଏହି ସଫଳତା ହାସଲ କରିଥିଲେ।

ମିତାଲି ରାଜ ଭାରତ ପାଇଁ ୧୦ଟି ଟେଷ୍ଟରେ ୬୬୩ ରନ୍ କରିଥିବା ବେଳେ ୮୯ ଟି-୨୦ ମ୍ୟାଚ୍ ରେ ୨୩୬୪ ରନ୍ ସଂଗ୍ରହ କରିଛନ୍ତି | ତେବେ ଦିନିକିଆ ଅନ୍ତର୍ଜାତୀୟରେ ମିତାଲିଙ୍କ ରେକର୍ଡ ଚମତ୍କାର ରହିଛି |

ଏପର୍ଯ୍ୟନ୍ତ ମିତାଲି ୨୧୨ଟି ଦିନିକିଆରେ ୬୯୭୪ ରନ୍ ସଂଗ୍ରହ କରିଛନ୍ତି | ଦିନିକିଆରେ ମିତାଲି ୭ ଶତକ ଏବଂ ୫୪ ଅର୍ଦ୍ଧଶତକ ହାସଲ କରିଛନ୍ତି।

ଅନ୍ତର୍ଜାତୀୟ କ୍ରିକେଟରେ ୧୦ ହଜାର ରନ୍ କୀର୍ତ୍ତିମାନ ନେଇ ବ୍ୟାଟିଂ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ସମେତ ଚାରିଆଡକୁ ଅଭିନନ୍ଦନର ସୁଅ ଛୁଟିଛି ।

Comments are closed.