ଫୋର୍ବସ୍ କ୍ଷମତାଶାଳୀ ମହିଳା ତାଲିକା ୨୦୨୦: ଲଗାତାର ଦ୍ୱିତୀୟ ବର୍ଷ ସ୍ଥାନ ପାଇଲେ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ – କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପୁଣି ଫୋର୍ବସ୍ ତାଲିକାରେ ବିଶ୍ବର ୧୦୦ କ୍ଷମତାଶାଳୀ ମହିଳାଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି। ୨୦୧୯ ରେ ସେ ୩୪ତମ ସ୍ଥାନରେ ଥିବାବେଳେ ସୀତାରମଣ ଚଳିତ ବର୍ଷ ୪୧ତମ ସ୍ଥାନକୁ ଖସିଛନ୍ତି । ଏହି ତାଲିକାରେ ଆମେରିକାର ଉପରାଷ୍ଟ୍ରପତି-ନିର୍ବାଚିତ କମଲା ହାରିସ୍, ବାୟୋକନ୍ ପ୍ରତିଷ୍ଠାତା କିରଣ ମଜୁମଦାର ଶ’ ଏବଂ ଏମସିଏଲ୍ ଏଣ୍ଟରପ୍ରାଇଜ୍ ସିଇଓ ରୋଶନି ନାଦର ମଲହୋତ୍ରା ଅଛନ୍ତି। ଜର୍ମାନ ଚାନ୍ସେଲର ଆଞ୍ଜେଲା ମର୍କେଲ ତାଲିକାରେ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି । ମର୍କେଲ ଲଗାତାର ଦଶମ ବର୍ଷ ପାଇଁ ପ୍ରଥମ ସ୍ଥାନ ବଜାୟ ରଖିଥିବାବେଳେ ୟୁରୋପୀୟ ସେଣ୍ଟ୍ରାଲ ବ୍ୟାଙ୍କ ମୁଖ୍ୟ ଖ୍ରୀଷ୍ଟାଇନ ଲାଗାର୍ଡ ଲଗାତାର ଦ୍ୱିତୀୟ ବର୍ଷ ପାଇଁ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି।

ଶ୍ରେଷ୍ଠ ୧୦ରେ ଥିବା ଅନ୍ୟମାନଙ୍କ ମଧ୍ୟରେ ଉର୍ସୁଲା ଭନ୍ ଡେର୍ ଲେଏନ୍, ମେଲିଣ୍ଡା ଗେଟ୍ସ, ମେରି ବାରା, ନାନସୀ ପେଲୋସି, ଆନା ପାଟ୍ରିସିଆ ବୋଟିନ୍, ଆବିଗେଲ ଜନସନ ଏବଂ ଗେଲ ବୁଡ୍ରୋ ଅଛନ୍ତି।

Comments are closed.