ବଙ୍ଗୋମୁଣ୍ଡାରୁ ୨୯ ଦାଦନ ଶ୍ରମିକ ଉଦ୍ଧାର

ବଙ୍ଗୋମୁଣ୍ଡା- ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଅଂଚଳରୁ ୨୯ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଦାଦନ ଖଟିବା ଲାଗି ହାଇଦ୍ରାବାଦ ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର କରିଛି ପୋଲିସ । ଉଦ୍ଧାର ଶ୍ରମିକଙ୍କ ମଧ୍ୟରେ ୧୧ ମହିଳା, ୧୮ ପୁରୁଷ ଓ ୮ ଜଣ ଶିଶୁ ଅଛନ୍ତି । ସବୁ ଦାଦନ ଛତରଙ୍ଗ ଗାଁ ବୋଲି ଜଣାପଡିଛି । ସେମାନଙ୍କୁ ହାଇଦ୍ରାବାଦ ଯିବା ପାଇଁ ମୁଣ୍ଡପିଛା ୩୦ରୁ ୩୬ ହଜାର ଟଙ୍କା ଅଗ୍ରୀମ ଦିଆଯାଇଥିବା ଜଣାପଡିଛି । ଶ୍ରମିକମାନଙ୍କ ପାଖରେ କୌଣସି କାଗଜପତ୍ର ନ ଥିଲା । ସେମାନେ ବିନା ରେଜିଷ୍ଟ୍ରେସନରେ ରାଜ୍ୟ ବାହାରକୁ ଯାଉଥିଲେ ବୋଲି ପୋଲିସ କହିଛି ।

Comments are closed.