ବଢିଲା ଯୁକ୍ତ ତିନି ନାମଲେଖା ଅବଧି

ଭୁବନେଶ୍ୱର- ଯୁକ୍ତ ତିନି ନାମଲେଖା ଅବଧି ବୃଦ୍ଧି କରାଯାଇଛି । ଏ ସଂପର୍କରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ଡିଗ୍ରୀ କଲେଜର ଅଧ୍ୟକ୍ଷମାନଙ୍କୁ ସୂଚନା ଦିଆଯାଇଛି । ୟୁକ୍ତ ତିନି ପ୍ରଥମ ବର୍ଷ ଶ୍ରେଣୀରେ ନାମଲେଖା ପାଇଁ ପ୍ରଥମ ଚୟନ ମେରିଟ୍ ତାଲିକାରେ ମନୋନୀତ ଛାତ୍ରମାନଙ୍କ ତଥ୍ୟର ଅନଲାଇନ ଅପଡେଟ୍‌ର ତାରିଖ ଏହି ମାସ ୬ ତାରିଖକୁ ବୃଦ୍ଧି କରାଯାଇଛି । ପ୍ରଥମ ଚୟନରେ ନାମ ଲେଖାଇଥିବା ଛାତ୍ରଙ୍କ ଇ-ସ୍ପେସ୍‌ର ଅନ୍ତିମ ଆଡମିଶନ ଡାଟା ଅପଡେଟ୍ ଓ ମେରିଟ୍ ତାଲିକା ଏହିମାସ ୬  ତାରିଖରେ ପ୍ରକାଶ ପାଇବ । ଦ୍ୱିତୀୟ ପର୍ଯ୍ୟାୟ ମେରିଟ ତାଲିକା ଏହିମାସ ୧୩ ତାରିଖରେ ପ୍ରକାଶ ପାଇବ । ଅକ୍ଟୋବର ୧୩ରୁ ୧୬ ତାରିଖ ଯାଏଁ ଛାତ୍ରମାନଙ୍କ ଆଡମିଶନ ଫି ଅନଲାଇନରେ ଜମା କରାଯାଇପାରିବ ।

 

Comments are closed.