ବରିଷ୍ଠ ନାଗରିକଙ୍କ କୋଭିଡ ଟିକାକରଣ ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ଆରମ୍ଭ

ଭୁବନେଶ୍ୱର- ମାର୍ତ୍ତ ମାସରେ ବରିଷ୍ଠ ନାଗରିକଙ୍କୁ କୋଭିଡ ଟିକା ପାଇଁ ବ୍ୟବସ୍ଥା କରିବାକୁ କେନ୍ଦ୍ରର ଚିଠି ପରେ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ସମସ୍ତ ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀଙ୍କୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଚିଠି ଲେଖିଛନ୍ତି ।

ଓଡିଶାରେ ସପ୍ତାହକୁ ୫ ଦିନ ହେବ ଟିକାକରଣ । ମେଡିକାଲ କଲେଜ ଓ ଅନ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକାକରଣ ହେବ । ପ୍ରତି ବ୍ଲକ୍ ଓ ପୌରାଚଂଳରେ ୬ରୁ ୭ଟି ଭ୍ୟାକସିନେସନ ଟିମ୍ ରହିବ । ସୂଚନାଯୋଗ୍ୟ ଯେ, ଦେଶରେ ମାର୍ଚ୍ଚ ପହିଲାରୁ ୬୦ ବର୍ଷରୁ ଅଧିକ ବୟସର ଲୋକଙ୍କ କୋଭିଡ ଟିକାକରଣ ଆରମ୍ଭ ହେବାକୁ ଯାଉଛି । ଏହାଛଡା ସହ ରୁଗ୍‌ଣତା ଥିବା ୪୫ ବର୍ଷରୁ ଅଧିକ ବୟସର ଲୋକଙ୍କର ବି ଟିକାକରଣ ହେବ ।

Comments are closed.