ବହୁଦିନ ପରେ ସୁବ୍ରତ ବାଗଚୀ କଲେ ରାଜ୍ୟର କୋଭିଡ ବିବରଣୀ ଉପସ୍ଥାପନ, ଶୀତ ଦିନ ପାଇଁ ସତର୍କ ରହିବାକୁ ଆହ୍ୱାନ

ଭୁବନେଶ୍ୱର- ଦୀର୍ଘଦିନର ବ୍ୟବଧାନ ପରେ ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗଚୀ ରାଜ୍ୟର କୋଭିଡ ମୁକାବିଲା ନେଇ ବିବରଣୀ ଉପସ୍ଥାପନ କରିଛନ୍ତି । ବାଗଚୀ କହିଛନ୍ତି ଯେ, କୋରୋନା ସଂକ୍ରମଣର ଗ୍ରାଫ୍ ଧୀରେ ଧୀରେ ତଳକୁ ଖସୁଛି ।

ତେବେ ଆଗକୁ ଶୀତ ଦିନ ଆସୁଥିବାରୁ ଅଧିକ ସତର୍କ ରହିବାକୁ ପଡିବ । ଶୀତ ଦିନେ କୋରୋନା ସଂକ୍ରମଣ ବଢିବା ଆଶଙ୍କା ରହିଛି । ଜ୍ୱର, ଥଣ୍ଡା, ଦେହହାତ ବିନ୍ଧାଟଣା ଭଳି ସାମାନ୍ୟ ଲକ୍ଷଣ ଦେଖାଦେଲେ ଅବହେଳା ନ କରିବାକୁ ବାଗଚୀ ପରାମର୍ଶ ଦେଇଛନ୍ତି ।

ବାଗଚୀ କହିଥିଲେ ଯେ, ଖୋର୍ଦ୍ଧା ଜିଲ୍ଲା ବର୍ତମାନ ରାଜ୍ୟର ସବୁଠାରୁ ସଂକ୍ରମିତ ଜିଲ୍ଲା । ଏହାର କାରଣ ହେଉଛି ଭୁବନେଶ୍ୱର ସହର, ଯେଉଁଠି ୧୧ ଲକ୍ଷ ଲୋକ ବସବାସ କରନ୍ତି । ସେ କହିଛନ୍ତି ଯେ, ସଂକ୍ରମଣର ଗତି କେଉଁଆଡକୁ ଯାଉଛି, ତାହା ଉପରେ ବିଶେଷଜ୍ଞମାନେ ନଜର ରଖିଛନ୍ତି ।

Comments are closed.