ବାଇକ୍‌ର ପଛରେ ବସିଥିବୀ ଲୋକ ବି ହେଲମେଟ ପିନ୍ଧିବା ଜରୁରୀ, ନ ହେଲେ ବାତିଲ ହେବ ଡିଏଲ୍ | News Room Odisha

ବାଇକ୍‌ର ପଛରେ ବସିଥିବୀ ଲୋକ ବି ହେଲମେଟ ପିନ୍ଧିବା ଜରୁରୀ, ନ ହେଲେ ବାତିଲ ହେବ ଡିଏଲ୍

ଭୁବନେଶ୍ୱର- ଏଣିକି ବାଇକରେ ଉଭୟ ଚାଳକ ଓ ପଛରେ ବସିଥିବା ଲୋକ ହେଲମେଟ ପିନ୍ଧିବା ଜରୁରୀ । ଉଭୟେ ଯଦି ହେଲମେଟ ନ ପିନ୍ଧିବେ,ତେବେ ଡ୍ରାଇଭିଂ ଲାଇସେନ୍ସ ବାତିଲ ହୋଇଯିବ । ରାଜ୍ୟ ପରିବହନ କର୍ତୃୃପକ୍ଷ ଏହି ସୂଚନା ଦେବା ସହ ସତର୍କ କରାଇଦେଇଛନ୍ତି । ବିପଦ ଓ ଜରିମାନାକୁ ଏଡାଇବା ପାଇଁ ଏହି ନିୟମ ମାନିବା ସହ ସତର୍କ ରହିବାକୁ ପରାମର୍ଶ ଦେଇଛି ରାଜ୍ୟ ପରିବହନ କର୍ତୃପକ୍ଷ ।