ବିଜେଡି ମିଡିଆ ଟିମ୍ ପୁନର୍ଗଠିତ, ୬ ବରିଷ୍ଠ ନେତାଙ୍କୁ ଜାତୀୟ ମୁଖପାତ୍ର ଦାୟିତ୍ୱ

ଭୁବନେଶ୍ୱର- ବିଜୁ ଜନତା ଦଳର ମିଡିଆ ଟିମ୍ ପୁନର୍ଗଠିତ ହୋଇଛି । ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଦଳର ଛଅ ବରିଷ୍ଠ ନେତାଙ୍କୁ ଜାତୀୟ ମୁଖପାତ୍ର ଭାବେ ନିଯୁକ୍ତି ଦିଆଯାଇଛି । ଏହାଛଡା ୬ ଜଣ ବରିଷ୍ଠ ନେତାଙ୍କୁ ମୁଖପାତ୍ର ଓ ୧୪ ଜଣଙ୍କୁ ପ୍ୟାନେଲିଷ୍ଟ ଭାବେ ନିଯୁକ୍ତି ଦିଆଯାଇଛି ।

ଜାତୀୟ ମୁଖପାତ୍ର ଭାବେ ନିଯୁକ୍ତି ପାଇଥିବା ନେତାମାନେ ହେଲେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ପିନାକି ମିଶ୍ର, ଅଚ୍ୟୁତ ସାମନ୍ତ, ଡକ୍ଟର ଅମର ପଟ୍ଟନାୟକ, ଡକ୍ଟର ସସ୍ମିତ ପାତ୍ର ଓ ଶର୍ମିଷ୍ଠା ସେଠୀ ।

ମୁଖପାତ୍ର ଭାବେ ନିଯୁକ୍ତି ପାଇଥିବା ନେତାମାନେ ହେଲେ ପ୍ରତାପ କେଶରୀ ଦେବ, ଚନ୍ଦ୍ରଶେଖର ସାହୁ, ରମେଶ ଚନ୍ଦ୍ର ମାଝି, ସ୍ନେହାଙ୍ଗିନୀ ଛୁରିଆ, ଡକ୍ଟର ବ୍ୟୋମକେଶ ରାୟ, ଡକ୍ଟର ରାସେଶ୍ୱରୀ ପାଣିଗ୍ରାହୀ, କସ୍ତୁରୀ ମହାପାତ୍ର, ଅନୁଭବ ପଟ୍ଟନାୟକ, ଲୋପାମୁଦ୍ରା ବକ୍ସିପାତ୍ର, ଡକ୍ଟର ଲେନିନ ମହାନ୍ତି, ସଞ୍ଜୟ ବାବୁ, ସୁଲତା ଦେଓ, ଶ୍ରୀମୟୀ ଶ୍ୱେତା ସ୍ନିଗ୍‌ଧା ମିଶ୍ର, ଚିନ୍ମୟ ସାହୁ, ଏଲିନା ଦାଶ ଓ ହରିଶ ଚୌଧୁରୀ ।

ନୂଆ ପ୍ୟାନେଲିଷ୍ଟମାନେ ହେଲେ ଚନ୍ଦ୍ରାଣୀ ମୁମୁ, ପ୍ରିୟବ୍ରତ ମାଝି, ଚକ୍ରଧର ଦାଶ, ଓମ ପ୍ରକାଶ ସାହୁ, ମଧୁସ୍ମିତା ନାୟକ, ଇପସିତା ସାହୁ, ଜ୍ୟୋତ୍ସନାମୟୀ ପରିଡା, ସୋଫିଆ ଆଲାମ, ତୁମ୍ବନାଥ ପଣ୍ଡା, ପ୍ରସନ୍ନ କୁମାର ସାହୁ, ଅମିତ ମଲ୍ଲିକ, ଛବି ମାହାଳି, ମୀନାକ୍ଷି ମିଶ୍ର ଓ ସ୍ମୃତି ନନ୍ଦ ।

Comments are closed.