ବିଡେନଙ୍କ ବିଜୟକୁ ଆମେରିକୀୟ କଂଗ୍ରେସର ସ୍ୱୀକୃତି, ଜାନୁୟାରୀ ୨୦ରେ କ୍ଷମତା ହସ୍ତାନ୍ତର କରିବେ କହିଲେ ଟ୍ରମ୍ପ

ୱାଶିଂଟନ – ଡୋନାଲ୍ଡ ଟ୍ରମ୍ପଙ୍କ ସମଥର୍କଙ୍କ ହିଂସାକାଣ୍ଡ ମଧ୍ୟରେ ଆମେରିକୀୟ କଂଗ୍ରେସ ରାଷ୍ଟ୍ରପତି ନିର୍ବର୍ାଚନରେ ଜୋ ବିଡେନଙ୍କ ବିଜୟକୁ ସ୍ୱୀକୃତି ପ୍ରଦାନ କରିଛି । ଏଥିସହ ବିଡେନ୍ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ହେବା ପଥ ପରିଷ୍କାର ହୋଇଯାଇଛି । ଆମେରିକା କଂଗ୍ରେସର ମିଳିତ ଅଧିବେଶନରେ ଉପରାଷ୍ଟ୍ରପତି କମଲା ହାରିସଙ୍କ ବିଜୟକୁ ବି ଅନୁମୋଦନ କରାଯାଇଛି । ବିଡେନଙ୍କ ବିଜୟକୁ ଆମେରିିକୀୟ ସଂସଦର ସ୍ୱୀକୃତି ପରେ ଟ୍ରମ୍ପ୍ ଜାନୁୟାରୀ ୨୦ରେ କ୍ଷମତା ହସ୍ତାନ୍ତର କରିବେ ବୋଲି କହିଛନ୍ତି ।

ଏହା ପୂର୍ବରୁ ଆମେରିକାର କ୍ୟାପିଟଲ ହଲ କୋଠାରେ ଅପ୍ରତ୍ୟାଶିତ ଘଟଣା ଦେଖିବାକୁ ମିଳିଥିଲା । ଟ୍ରମ୍ପ ସମର୍ଥକମାନଙ୍କ ହଙ୍ଗାମା ଯୋଗୁଁ ଇଲେକ୍ଟ୍ରୋରାଲ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଥିଲା । ଟ୍ରମ୍ପଙ୍କ ସମର୍ଥକମାନେ ସଂସଦ ଭବନ ପରିସରରେ ବଳପୂର୍ବକ ପ୍ରବେଶ କରି ବ୍ୟାପକ ଭଙ୍ଗାରୁଜା କରିଥିଲେ । ସୁରକ୍ଷାକର୍ମୀଙ୍କ ସହ ସେମାନଙ୍କ ଧାସ୍ତଧସ୍ତି ହୋଇଥିଲା । ଆନ୍ଦୋଳନକାରୀଙ୍କୁ ଅଟକାଇବା ଲାଗି ପୋଲିସକୁ ଗୁଳି ଚଳାଇବାକୁ ପଡିଥିଲା । ଏଥିରେ ଜଣେ ମହିଳା ସହ ଚାରି ଜଣଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ୫୨ ଜଣଙ୍କୁ ଗିରଫ କରାଯାଇଛି ।

Comments are closed.