ବିଧାନସଭା ନିର୍ବାଚନ: ଭୋଟ୍ ଗଣତି ଆରମ୍ଭ, ପଶ୍ଚିମବଙ୍ଗ ଉପରେ ନଜର

ନୂଆଦିଲ୍ଲୀ: କରୋନାର ଭୟାବହ ଦ୍ୱିତୀୟ ଲହରୀ ମଧ୍ୟରେ ପାଞ୍ଚ ରାଜ୍ୟର ବିଧାନସଭା ନିର୍ବାଚନର ଭୋଟ୍ ଗଣତି ଆରମ୍ଭ ହୋଇଛି । ପଶ୍ଚିମବଙ୍ଗ, ଆସାମ, କେରଳ, ତାମିଲନାଡୁ, କେରଳ ଏବଂ ପୁଡୁଚେରୀରେ କଡ଼ା ସୁରକ୍ଷା ମଧ୍ୟରେ ଗଣତି ଚାଲିଛି । ପାଞ୍ଚ ରାଜ୍ୟ ମଧ୍ୟରୁ ସମସ୍ତଙ୍କ ନଜର ପଶ୍ଚିମବଙ୍ଗ ଉପରେ ରହିଛି । କାରଣ ଏଠାରେ ଏଥର ତୃଣମୂଳ କଂଗ୍ରେସ ଓ ବିଜେପି ମଧ୍ୟରେ ସିଧାସଳଖ ଟକ୍କର ହୋଇଥିଲା । ଅଧିକାଂଶ ଏକଜିଟ୍ ପୋଲ୍ ବେଙ୍ଗଲରେ ମମତା କ୍ରମାଗତ ତୃତୀୟ ଥର ପାଇଁ କ୍ଷମତାକୁ ଫେରିବେ ବୋଲି ପୂର୍ବାନୁମାନ କରିଛନ୍ତି । ଆଉ କିଛି ଏକଜିଟ୍ ପୋଲ୍‌ରେ ବେଙ୍ଗଲରେ ଝୁଲା ବିଧାନସଭା ଦେଖିବାକୁ ମିଳିବ ବୋଲି କୁହାଯାଇଛି ।

ପଶ୍ଚିମବଙ୍ଗରେ ୨୯୪ ଆସନ ମଧ୍ୟରୁ ୨୯୨ ଆସନା ପାଇଁ ଆଠ ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହୋଇଥିଲା । ବିଜେପି ଏଥର ୨୯୧ଟି ଆସନରେ ପ୍ରାର୍ଥୀ ଦେଇଥିଲା । ଆସାମରେ ୧୨୬ ଆସନ ପାଇଁ ଭୋଟ୍ ହୋଇଥିବା ବେଳେ ତାମିଲନାଡୁରେ ୨୩୪, କେରଳରେ ୧୪୦ ଏବଂ ପୁଡୁଚେରୀରେ ମୋଟ ୩୦ ଆସନ ପାଇଁ ଭୋଟ୍ ଗ୍ରହଣ ହୋଇଥିଲା ।

Comments are closed.