ବିବାଦ ପରେ ପ୍ରାଇଭେସି ଅପଡେଟ୍ ସ୍ଥଗିତ ରଖିଲା ହ୍ୱାଟ୍‌ସଆପ୍‌

ନୂଆଦିଲ୍ଲୀ – ବିବାଦ ପରେ ମେସେଜିଂ ଆପ୍ ହ୍ୱାଟ୍‌ସଆପ୍ ଏହାର ପ୍ରାଇଭେସି ଅପଡେଟ୍‌କୁ ସ୍ଥଗିତ ରଖିିଛି । ଫେସବୁକ୍ ମାଲିକାନାରେ ଥିବା ହ୍ୱଟ୍‌ସଆପ୍ ଗତ କିଛିଦିନ ଧରି ନିଜ ୟୁଜରଙ୍କୁ ଏହାର ନୂଆ ପ୍ରାଇଭେସି ପଲିସି ଓ ସର୍ତ୍ତାବଳୀ ଗ୍ରହଣ କରିବାକୁ କହିଥିଲା । ଫେବୃୟାରୀ ୮, ୨୦୨୧ ସୁଦ୍ଧା ନୂଆ ପ୍ରାଇଭେସି ପଲିସି ଗ୍ରହଣ ନ କଲେ ୟୁଜରଙ୍କ ଆକାଉଣ୍ଟ୍ ବନ୍ଦ କରାଯିବ ବୋଲି କୁହାଯାଇଥିଲା ।

ହ୍ୱାଟ୍‌ସଆପର ନୂଆ ପ୍ରାଇଭେସି ପଲିସି ଦ୍ୱାରା ୟୁଜରଙ୍କ ବ୍ୟକ୍ତିଗତ ତଥ୍ୟର ଦୁରୁପଯୋଗ ହେବା ଆଶଙ୍କା ସୃଷ୍ଟି ହୋଇଥିଲା । ଏହାକୁ ନେଇ ହ୍ୱାଟ୍‌ସଆପ ୟୁଜରଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା । ନୂଆ ପ୍ରାଇଭେସି ପଲିସି ବିବାଦ ଯୋଗୁଁ ହ୍ୱାଟସଆପ୍‌ର ୟୁଜର ସଂଖ୍ୟା ହଠାତ୍ ହ୍ରାସ ପାଇଥିଲା । ହ୍ୱାଟ୍‌ସଆପର ପ୍ରତିଦ୍ୱନ୍ଦୀ କୁହାଯାଉଥିବା ଟେଲିଗ୍ରାମ୍ ଓ ସିଗ୍ନାଲ ଭଳି ଅପେକ୍ଷାକୃତ ସୁରକ୍ଷିତ ଆପ୍ ର ଚାହିଦା ବଢ଼ିଥିଲା । ଗତ କିଛିଦିନ ମଧ୍ୟରେ ଟେଲିଗ୍ରାମ୍ ସିଗ୍ନାଲ ଭଳି ଆପର ୟୁଜର ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇଥିଲା । ଚାରିଆଡୁ ବିରୋଧ ଓ ସମାଲୋଚନା ପରେ ହ୍ୱାଟ୍‌ସଆପ୍ ଏବେ ନୂଆ ପ୍ରାଇଭେସି ପଲିସି ପ୍ରସଙ୍ଗରେ ସ୍ପଷ୍ଟୀକରଣ ଦେଇଛି ।

ଏହର ନାର ନୂଆ ପ୍ରାଇଭେସି ପଲିସିକୁ ଭଲ ଭାବେ ବୁଝିବାକୁ ଲୋକମାନଙ୍କୁ ସମୟ ଦିଆଯିବ । ନୂଆ ପ୍ରାଇଭେସି ପଲିସି ଅପଡେଟ୍‌କୁ ମେ’ ୧୫ ପର୍ଯ୍ୟନ୍ତ ସ୍ଥଗିତ ରଖାଯିବ । ଫେବୃୟାରୀ ୮ରେ କୌଣସି ୟୁଜରଙ୍କ ଆକାଉଣ୍ଟ୍ ବନ୍ଦ ହେବ ନାହିଁ । ଆମେ ନିଜର ପ୍ରାଇଭେସି ଓ ସୁରକ୍ଷା ପଲିସି ନେଇ ଲୋକଙ୍କ ଆଗରେ ସବୁ ତଥ୍ୟ ରଖିବୁ । ଏନେଇ ଲୋକଙ୍କ ମତାମତ ମଧ୍ୟ ନିଆଯିବ ବୋଲି ହ୍ୱାଟ୍‌ସଆପର ପରେଣ୍ଟ କମ୍ପାନୀ ଫେସବୁକ୍ ଏକ ବ୍ଲଗ୍‌ପୋଷ୍ଟରେ କହିଛି ।

Comments are closed.