ବିଶ୍ୱକପ୍ ହକି ପାଇଁ ରାଉରକେଲା ହକି ଷ୍ଟାଡିୟମର ଭିତିଭୂମି ବାବଦରେ ଆଜି ହେବ ସମୀକ୍ଷା

ରାଉରକେଲା –ଓଡିଶାରେ ଆୟୋଜିତ ହେବାକୁ ଥିବା ୨୦୨୩ ମସିହାର ବିଶ୍ୱକପ୍ ହକି ସଂସ୍କରଣର ମ୍ୟାଚ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲାର ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମରେ ବି ଖେଳାଯିବ । ଏଥିପାଇଁ ରାଉରକେଲା ହକି ଷ୍ଟାଡିୟମକୁ ମ୍ୟାଚ୍ ପାଇଁ ପ୍ରସ୍ତୁତ ରଖିବାକୁ ଉଦ୍ୟମ ଆରମ୍ଭ ହୋଇଛି । ଆଜି କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା , ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ ୫-ଟି ସଚିବ ଭି.କେ ପାଣ୍ଡିିଆନ ପ୍ରମୁଖ ରାଉରକେଲା ଗସ୍ତ କରି ହକି ଇଣ୍ଡିଆ ଅଧିକାରୀଙ୍କ ସହ ରାଉରକେଲା ହକି ଷ୍ଟାଡିୟମ ପରିଦର୍ଶନ କରି ବିଶ୍ୱକପ୍ ପ୍ରସ୍ତୁତି ସଂପର୍କରେ ଆଲୋଚନା କରିବେ ।

ବିଶ୍ୱକପ୍ ହକି ମ୍ୟାଚ୍ ପାଇଁ ଭିତିଭୂମି ଓ ଅନ୍ୟାନ୍ୟ ସୁବିଧାସୁଯୋଗ ସମୀକ୍ଷା ପାଇଁ ଆନ୍ତର୍ଜାତିକ ହକି ମହାସଂଘ ସଭାପତି ନରିନ୍ଦର ବାତ୍ରା, ହକି ଇଣ୍ଡିଆ ମୁଖ୍ୟ ନିର୍ବାହୀ ଅଧିକାରୀ ଏଲିନା ନର୍ମାନ, କ୍ରୀଡା ଓ ଯୁବ ସେବା ସଚିବ ବିଶାଲ ଦେବ ଏବଂ ଇଡ୍‌କୋ ଏମଡି ସଂଜୟ ସିଂହ ଗତକାଲି ରାଉରକେଲା ଗସ୍ତ କରିଥିଲେ । ପୂର୍ବରୁ ହକି ଇଣ୍ଡିଆର ଏକ ସ୍ୱତନ୍ତ୍ର ପ୍ରତିନିଧି ଦଳ ରାଉରକେଲା ହକି ଷ୍ଟାଡିୟମର ନୀରିକ୍ଷଣ କରିଥିଲେ । କୋଭିଡ ମହାମାରୀ ଯୋଗୁଁ ହକି ଷ୍ଟାଡିୟମର ସଂପ୍ରସାରଣ କାମ ବିଳମ୍ବିତ ହୋଇଛି ।

Comments are closed.