ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଆକଳନ, ପ୍ରତି ୧୦ ଲୋକରେ ଜଣେ କୋରୋନା ଭାଇରସ ଦ୍ୱାରା ହୋଇପାରିଥାନ୍ତି ସଂକ୍ରମିତ | News Room Odisha

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଆକଳନ, ପ୍ରତି ୧୦ ଲୋକରେ ଜଣେ କୋରୋନା ଭାଇରସ ଦ୍ୱାରା ହୋଇପାରିଥାନ୍ତି ସଂକ୍ରମିତ

ଜେନିଭା – ବିଶ୍ୱରେ ମୋଟାମୋଟି ପ୍ରତି ୧୦ ଜଣ ଲୋକରେ ଜଣେ କୋରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଥାଇପାରନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ‘ବେଷ୍ଟ ଏଷ୍ଟିମେଷ୍ଟସ୍‌’ରୁ ଏହା ଜଣାପଡୁଛି ବୋଲି ସଂଗଠନ ପକ୍ଷରୁ କୁହାଯାଇଛି । ସଂଗଠନର ୩୪ ସଦସ୍ୟ ବିଶିଷ୍ଟ ଏକଜିକ୍ୟୁଟିଭ ବୋର୍ଡ ବୈଠକରେ ଉଦବୋଧନ ଦେଇ ଏହାର ଜରୁରୀକାଳିନ ମୁଖ୍ୟ ଡାକ୍ତର ମାଇକେଲ ରିୟାନ କହିଛନ୍ତି ଯେ, ସହରାଂଚଳ ଓ ଗ୍ରାମାଂଚଳ ଏବଂ ଭିନ୍ନ ଭିନ୍ନ ଗୋଷ୍ଠୀ ମଧ୍ୟରେ ଏହି ଆକଳନ ମେଳ ଖାଇ ନ ପାରେ, କିନ୍ତୁ ଏହାର ପ୍ରକୃତ ଅର୍ଥ ହେଉଛି ପୃଥିବୀର ଅଧିକାଂଶ ଲୋକଙ୍କ ପ୍ରତି ବିପଦ ରହିଛି । ବର୍ତମାନ ବିଶ୍ୱରେ ୩୫ ନୟୁତରୁ ଅଧିକ କନଫର୍ମଡ ମାମଲା ଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟର ହିସାବରୁ ଜଣାପଡିଛି । କିନ୍ତୁ ବିଶେଷଜ୍ଞଙ୍କ ମତରେ ବାସ୍ତବ ସଂକ୍ରମିତଙ୍କ ସଂଖ୍ୟା କନଫର୍ମଡ ମାମଲାଗୁଡିକରୁ ଅଧିକ ।