ବିହାରର ପୂର୍ବତନ ଡିଜିପି ଗୁୁ୍‌ପ୍ତେଶ୍ୱର ପାଣ୍ଡେ ନିରାଶ, ବକ୍ସର ଆସନ ପାଇଁ ଟିକେଟ ଦେଲା ନାହିଁ ଏନଡିଏ, ସ୍ୱେଚ୍ଛାକୃତ ଅବସର ନେଇ ଜେଡିୟୁରେ ହୋଇଥିଲେ ସାମିଲ

ପାଟନା- ବିହାର ଡିଜିପି ପଦବୀରୁ ସ୍ୱେଚ୍ଛାକୃତ ଭାବେ ଅବସର ନେଇ ରାଜନୀତିରେ ପାଦ ଥାପିଥିଲେ ମଧ୍ୟ ନିରାଶ ହୋଇଛନ୍ତି ଗୁପ୍ତେଶ୍ୱର ପାଣ୍ଡେ । ଅବସର ନେଲା ପରେ ଶାସକ ଜେଡିୟୁରେ ଯୋଗ ଦେଇଥିଲେ ପାଣ୍ଡେ । ବକ୍ସର ଆସନରୁ ବିଧାନସଭା ନିର୍ବାଚନ ଲଢିବେ ବୋଲି ଆଶା କରିଥିଲେ ପାଣ୍ଡେ । କିନ୍ତୁ ତାଙ୍କୁ ଏବେ ନିରାଶ ହେବାକୁ ପଡିଛି । କାରଣ ତାଙ୍କୁ ଏହି ଆସନରୁ ଏନଡିଏ ପକ୍ଷରୁ ଟିକେଟ ମିଳିନାହିଁ ।

ବରଂ ଜଣେ ପୂର୍ବତନ ହାବିଲଦାର ପର୍ଶୁରାମ ଚତୁର୍ବେଦୀଙ୍କୁ ବିଜେପି ବକ୍ସର ଆସନରୁ ପ୍ରାର୍ଥୀ କରିଛି । ଟିକେଟରୁ ବଂଚିତ ହେଲା ପରେ ପାଣ୍ଡେ କହିଛନ୍ତି ଯେ, ଏଥର ସେ ନିର୍ବାଚନ ଲଢୁନାହାନ୍ତି । ଏଥିରେ ଚିନ୍ତା କରିବାର ଆବଶ୍ୟକ ନାହିଁ ବୋଲି ନିଜର ଶୁଭଚିନ୍ତକ ଓ ସମର୍ଥକଙ୍କୁ ସୋସିଆଲ୍ ମିଡିଆ ପୋଷ୍ଟ ଜରିଆରେ ଅପିଲ କରିଛନ୍ତି ପାଣ୍ଡେ । ତେବେ ସେ ଏନଡିଏରେ ରହି ରାଜନୀତି ଜାରି ରଖିବେ ବୋଲି କହିଛନ୍ତି ।

Comments are closed.