ବୁର୍ଲା ସ୍ଥିତ ଭୀମସାରର ଉନ୍ନତି ପାଇଁ ସରକାର ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି : ମନ୍ତ୍ରୀ ଦାସ

ଭୁବନେଶ୍ବର :ଉନ୍ନତ ସାର୍ବଜନୀନ ସ୍ବାସ୍ଥ୍ୟ ସେବା ଉପରେ ରାଜ୍ୟ ସରକାର ଅଗ୍ରାଧୁକାର ଦେଉଥିବାବେଳେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁସ୍ତ ଓଡ଼ିଶା ସୁଖ ଓଡ଼ିଶା ‘ ଅଭିଯାନକୁ ଅଧିକ ସଶକ୍ତ କରିବା ନିମନ୍ତେ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି । ଏହି ପରିପ୍ରେକ୍ଷିରେ ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ମେଡ଼ିକାଲ କଲେଜର ଉନ୍ନତି କରଣ ସଂପର୍କିତ ଏକ ସମୀକ୍ଷା ବୈଠକ ଲୋକ ସେବା ଭବନଠାରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି ।

ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ଉପସ୍ଥିତିରେ ଆୟୋଜିତ ଏହି ବୈଠକରେ ଭିମସାରର ଭିତିଭୂମି ଉନ୍ନୟନ ସହିତ ମାତୃ ଓ ଶିଶୁ ହସ୍ପିଟାଲ ପାଇଁ ସ୍ଥାନ ନିରୂପଣ ଓ କାର୍ଯ୍ୟାରମ୍ଭ , କ୍ୟାନସର ହସ୍ପିଟାଲର କାର୍ଯ୍ୟ ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଥିବାବେଳେ ଏହା ସହିତ ଏକ ଟ୍ରମା କେୟାର ୟୁନିଟ୍ ଓ ସମ୍ପ୍ରସାରିତ ଆଇସିୟୁ କମ୍ପିକ୍ସ ପ୍ରତିଷ୍ଠା ଦିଗରେ ଆଲୋଚନା ହୋଇଥିଲା । ଚିକିତ୍ସା ସେବା ପାଇବା ପାଇଁ ଦୂର ଦୁରାନ୍ତରୁ ଆସୁଥିବା ରୋଗୀମାନଙ୍କର ସହାୟତା ନିମନ୍ତେ ରୋଗୀମାନଙ୍କ ପାଇଁ ଅଭିଯୋଗ ଶୁଣାଣି ପ୍ରକୋଷ୍ଠ ପ୍ରତିଷ୍ଠା ଦିଗରେ ମନ୍ତ୍ରୀ ଦାସ ଗୁରୁତ୍ବାରୋପ କରିଥିଲେ ।

ପଶ୍ଚିମ ଓଡ଼ିଶାର ଏହି ପୁରାତନ ପ୍ରତିଷ୍ଠିତ ମେଡ଼ିକାଲ କଲେଜକୁ ଚିକିତ୍ସା କ୍ଷେତ୍ରରେ ଏକ ଆଗୁଆ ଅନୁଷ୍ଠାନରେ ପରିଣତ କରିବା ପାଇଁ ସରକାର ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । ଏହି ବୈଠକରେ ଡ଼ିଏମ୍‌ଇଟି ପ୍ର.ଡ଼ା ସି ବି କେ ମହାନ୍ତି , ଭୀମସାରର ନିର୍ଦ୍ଦେଶକ ପ୍ର , ଡ଼ା ଲଳିତ କୁମାର ମେହେର , ବିଭାଗୀୟ ଯୁଗ୍ନ ସଚିବ ପ୍ରକାଶ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.