ବ୍ରହ୍ମପୁରରେ ପୋଲିସ ଡିଜି ଅଭୟ, ଉଚ୍ଚସ୍ତରୀୟ ବୈଠକରେ ଆଇନ ଶୃଙ୍ଖଳା ସ୍ଥିତିର ସମୀକ୍ଷା

ବ୍ରହ୍ମପୁର – ଆଜି ବ୍ରହ୍ମପୁର ଗସ୍ତ କରିଛନ୍ତି ପୋଲିସ ମହାନିର୍ଦ୍ଦେଶକ ଅଭୟ । ଜିଲ୍ଲାର ଆଇନ ଶୃଙ୍ଖଳା ପରିସ୍ଥିତି ନେଉ ଡିଜିପି ଅଭୟ ସ୍ଥାନୀୟ ଡିଆଇଜି କାର୍ଯ୍ୟାଳୟରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ସମୀକ୍ଷା ବୈଠକ କରିଛନ୍ତି । ବୈଠକରେ ଦକ୍ଷିଣାଚଂଳ ଡିଆଇଜି ସତ୍ୟବ୍ରତ ଭୋଇ, ବ୍ରହ୍ମପୁର ଏସପି ପିନାକ ମିଶ୍ର ଓ ଗଞ୍ଜାମ ଏସପି ବ୍ରିଜେଶ ରାୟ ପ୍ରମୁଖ ଯୋଗ ଦେଇଛନ୍ତି ।

Comments are closed.