ବ୍ରହ୍ମପୁର ରାମଲିଙ୍ଗେଶ୍ୱର ଜଳାଶୟ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଭିଡିଓ ଜାରି

ଭୁବନେଶ୍ୱର- ରାମଲିଙ୍ଗେଶ୍ୱର ଜଳାଶୟ ଓ ପାର୍କର ଲୋକାର୍ପଣ ଦ୍ୱାରା ରେଶମ ସହର ବ୍ରହ୍ମପୁର ଆହୁରି ସୁନ୍ଦର ହେବା ସହ ଜିଲ୍ଲାର ପର୍ଯ୍ୟଟନକୁ ନୂଆ ଦିଗ ମିଳିଛି । ଅବସର ବିନୋଦନର ପ୍ରମୁଖ କେନ୍ଦ୍ର ସାଜିଥିବା ଏହି ସ୍ଥାନ ବ୍ରହ୍ମପୁରକୁ ଆଦର୍ଶ ସହର ଭାବେ ଗଢି ତୋଳିବା ନେଇ ରାଜ୍ୟ ସରକାରଙ୍କ ପ୍ରୟାସର ଆଉ ଏକ ମାଇଲଖୁଂଟ ସାବ୍ୟସ୍ତ ହୋଇଛି ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ୍ କରାଯାଇଛି । ଏଥିସହ ଏକ ଭିଡିଓ ବି ଜାରି କରାଯାଇଛି ।

Comments are closed.