ବ୍ରହ୍ମପୁର ରେ ଆଡଭାନ୍ସ କୋଭିଡ-୧୯ ଟେଷ୍ଟିଂ ଭ୍ୟାନ୍ ସେବା ଆରମ୍ଭ

ଦୁଆର ମୁହଁରୁ ସଂଗ୍ରହ ହେବ ସ୍ବାବ

ବ୍ରହ୍ମପୁର: ଓଡିଶା ସରକାର ଆଜି ବ୍ରହ୍ମପୁର ରେ ଅତ୍ୟାଧୁନିକ କୋଭିଡ-୧୯ ଟେଷ୍ଟିଂ ଭ୍ୟାନ୍ ସେବା ଆରମ୍ଭ କରିଛନ୍ତି । ଏହି ଭ୍ୟାନ୍ ଦ୍ବାରା ଦୁଆର ମୁହଁରୁ ସ୍ବାବ ନମୁନା ସଂଗ୍ରହ କରାଯାଇପାରିବ ।

ରାଜ୍ୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଯୋଗାଇ ଦିଆଯାଇଥିବା ଏହି ମୋବାଇଲ ଭ୍ୟାନ୍ ଦ୍ବାରା ନମୁନା ସଂଗ୍ରହରେ ସୁବିଧା ହେବ ଏବଂ ଲୋକମାନଙ୍କୁ ଆଉ ଡାକ୍ତରଖାନା ଯାଇ ନମୁନା ଦେବାକୁ ପଡିବ ନାହିଁ ।

ଏହି ଅତ୍ୟାଧୁନିକ ସେବା ଦ୍ବାରା ଲୋକମାନଙ୍କୁ ସଂକ୍ରମଣରୁ ଦୂରେଇ ରଖାଯାଇପାରିବ ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି ।ପ୍ରାରାମ୍ଭିକ ପର୍ଯାୟରେ ଏହି ସେବା ବ୍ରହ୍ମପୁର ମହାନଗର ନିଗମ ରେ ଯୋଗେଇ ଦିଆଯିବ ପରବର୍ତୀ ସମୟରେ ସମଗ୍ର ଗଞ୍ଜାମ ଜିଲ୍ଲାରେ ଏହି ସେବା ଯୋଗାଇବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ସେ କହିଛନ୍ତି ।

ଏହି ଟେଷ୍ଟିଂ ଭ୍ୟାନ୍ ରେ ସ୍ବାବ ପରୀକ୍ଷା ସୁବିଧା ସହ ପାନୀୟ ଜଳ, ବର୍ଜ୍ୟବସ୍ତୁ ନିଷ୍କାସନ ଏବଂ ସ୍ବାବ ନମୁନା ସଂରକ୍ଷଣ ପାଇଁ ଡଷ୍ଟବିନ ବ୍ୟବସ୍ଥା ରହିଛି ।

ଏହା ଛଡା ସାମାଜିକ ଦୂରତା ବଜାୟ ରଖିବା ସହ ଏକ ସମୟରେ କେବଳ ଦୁଇ ଜଣଙ୍କୁ ଭ୍ୟାନ୍ ଭିତରେ ରଖାଯିବ |

Comments are closed.