ବ୍ରିଟେନରେ ଚିନ୍ତା ବଢ଼ାଇଲା କରୋନାର ନୂଆ ଷ୍ଟ୍ରେନ୍‌, ଅନେକ ଦେଶ ଲଗାଇଲେ ଯାତ୍ରା କଟକଣା

ଲଣ୍ଡନ – ବ୍ରିଟେନରେ ପୁଣି କରୋନା ସ୍ଥିତି ଅଣାୟତ୍ତ ହୋଇପଡିଛି । ଏହାର କାରଣ ହେଉଛି ଦେଶରେ ମିଳିଥିବା କରୋନାର ଏକ ନୂଆ ରୂପ ତଥା ଷ୍ଟ୍ରେନ୍ । କରୋନା ଭାଇରସର ପୂର୍ବ ରୂପ ତୁଳନାରେ ଏହି ପରିବର୍ତ୍ତିତ ରୂପ ଅତି ଭୟଙ୍କର । ଏହା ଅପେକ୍ଷାକୃତ ଦ୍ରୁତଗତିରେ ବ୍ୟାପୁଛି । ଏଥିଲାଗି ବ୍ରିଟେନ ସରକାରଙ୍କ ଚିନ୍ତା ବଢ଼ିଯାଇଛି । କରୋନାର ନୂଆ ଷ୍ଟ୍ରେନ୍ ଚିହ୍ନଟ ହେବାପରେ ବ୍ରିଟେନ ସରକାର ଦେଶରେ ପୁଣି କଡ଼ାକଡ଼ି ଭାବେ କଟକଣା ଲାଗୁ କରିଛନ୍ତି । ପୁଣିଥରେ ଲକ୍ ଡାଉନ୍ ଜାରି ହୋଇଛି ।
ଅନେକ ଦେଶ ବ୍ରିଟେନ୍ ସହ ବିମାନ ସେବା ବାତିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି । ପ୍ରଥମେ ବେଲଜିୟମ ଓ ନେଦରଲାଣ୍ଡ୍‌ସ ବ୍ରିଟେନ୍ ସହ ବିମାନ ସେବା ବାତିଲ କରିବାକୁ ଘୋଷଣା କରିଥିଲେ । ଏହାପରେ ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ଅଷ୍ଟ୍ରିୟା, ଆୟର୍ଲାଣ୍ଡ୍ ଓ ବୁଲଗେରିଆ ମଧ୍ୟ ବ୍ରିଟେନକୁ ଯାତ୍ରା ଉପରେ କଟକଣା ଲଗାଇଛନ୍ତି । ଭାରତ ମଧ୍ୟ ବ୍ରିଟେନକୁ ବିମାନ ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇପାରେ ।

Comments are closed.