ଭକ୍ତଙ୍କ ପାଇଁ ଖୋଲିଲା କେନ୍ଦ୍ରାପଡାର ଶ୍ରୀବଳଦେବଜୀଉ ମନ୍ଦିର

କେନ୍ଦ୍ରାପଡା- କୋରୋନା ଯୋଗୁଁ ୯ ମାସରୁ ଅଧିକ ସମୟ ବନ୍ଦ ରହିବା ପରେ ଭକ୍ତଙ୍କ ପାଇଁ ଆଜିଠାରୁ ଖୋଲିଛି କେନ୍ଦ୍ରାପଡାର ପ୍ରସିଦ୍ଧ ବଳଦେବଜୀଉ ମନ୍ଦିର । କେନ୍ଦ୍ରାପଡାର ଆରାଧ୍ୟ ଦେବତା ସିଦ୍ଧ ବଳଦେବଜୀଉଙ୍କୁ କୋଭିଡ ନିୟମ ମାନି ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ଏଥିପାଇଁ ବଳଦେବଜୀଉ ଟ୍ରଷ୍ଟ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ସେବାୟତଙ୍କୁ ଛାଡିଦେଲେ ଭକ୍ତମାନେ ଅରୁଣ ସ୍ତମ୍ଭ ନିକଟରୁ ପ୍ରଭୁଙ୍କ ଦର୍ଶନ କରୁଛନ୍ତି । ଏକାଥରକେ ୧୦୦ ଶ୍ରଦ୍ଧାଳୁଙ୍କୁ ମନ୍ଦିରକୁ ପ୍ରବେଶ ପାଇଁ ଅନୁମତି ମିଳିଛି ।

Comments are closed.