ଭାରତରେ କୋରୋନା ମୃତ୍ୟୁ ସଂଖ୍ୟା ୯୦ ହଜାର ଟପିଲା, ଗତ ୨୪ ଘଂଟାରେ ୮୩ ହଜାର ୩୪୭ ନୂଆ ଆକ୍ରାନ୍ତ | News Room Odisha

ଭାରତରେ କୋରୋନା ମୃତ୍ୟୁ ସଂଖ୍ୟା ୯୦ ହଜାର ଟପିଲା, ଗତ ୨୪ ଘଂଟାରେ ୮୩ ହଜାର ୩୪୭ ନୂଆ ଆକ୍ରାନ୍ତ

ନୂଆଦିଲ୍ଲୀ – ଦେଶରେ ଗତ ୨୪ ଘଂଟାରେ ଚିହ୍ନଟ ହୋଇଛନ୍ତି ୮୩ ହଜାର ୩୪୭ ନୂଆ କୋରୋନା ରୋଗୀ । ଦେଶରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୬ ଲକ୍ଷ ୪୬ ହଜାର ୧୧କୁ ବୃଦ୍ଧି ପାଇଛି । ଏଥିମଧ୍ୟରୁ ୪୫ ଲକ୍ଷ ୮୭ ହଜାର ୬୧୩ ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ବର୍ତମାନ ସକ୍ରିୟ ମାମଲା ସଂଖ୍ୟା ରହିଛି ୯ ଲକ୍ଷ ୬୮ ହଜାର ୩୭୭ ।

ଏଣେ ଦେଶରେ କୋରୋନା ମୃତ୍ୟୁସଂଖ୍ୟା ୯୦ ହଜାର ଟପିଛି । ଗତ ୨୪ ଘଂଟାରେ ପ୍ରାଣ ହରାଇଛନ୍ତି ୧ ହଜାର ୮୫ ରୋଗୀ । ମୋଟ କୋରୋନା ମୃତ୍ୟୁସଂଖ୍ୟା ୯୦ ହଜାର ୨୦କୁ ବୃଦ୍ଧି ପାଇଛି ।