ଭାରତରେ କ୍ରମାଗତ ଷଷ୍ଠ ଦିନ ପାଇଁ ୩ ଲକ୍ଷରୁ ଊର୍ଦ୍ଧ୍ୱ ମାମଲା, ଚିହ୍ନଟ ହେଲେ ଆଉ ୩.୨୩ ଲକ୍ଷ ନୂଆ ଆକ୍ରାନ୍ତ, ୨,୭୭୧ ମୃତ

ନୂଆଦିଲ୍ଲୀ – ଭାରତରେ କ୍ରମାଗତ ଷଷ୍ଠ ଦିନ ଧରି ୩ ଲକ୍ଷରୁ ଊର୍ଦ୍ଧ୍ୱ କରୋନା ମାମଲା ରେକର୍ଡ କରାଯାଇଛି । ଗତକାଲି ଅପେକ୍ଷା ସଂକ୍ରମଣ ସାମାନ୍ୟ ହ୍ରାସ ପାଇଥିଲେ ମଧ୍ୟ ସ୍ଥିତି ଗମ୍ଭୀର ରହିଛି । ଭାରତରେ ଦିନକରେ ଆଉ ୩୨୩,୧୪୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ରୋଗରେ ଆଉ ୨୭୭୧ ଜଣଙ୍କ ମୃତ୍ୟୁ ହୋଇଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁସାରେ ଭାରତରେ ଏବେ ମୋଟ କରୋନା ମାମଲା ୧୭,୬୩୬,୩୦୭ରେ ପହଞ୍ଚିଛି । ଏଯାବତ୍ ଦେଶରେ ୧୯୭,୮୯୪ ଜଣଙ୍କ ମୃତ୍ୟୁ ହୋଇଛି ।
ଗତ ୨୪ ଘଣ୍ଟାରେ ଆଉ ୨୫୧,୮୨୭ ଜଣ ଲୋକ କରୋନାରୁ ସୁସ୍ଥ ହୋଇଛନ୍ତି । ଏଥିସହ ମୋଟ ୧୪,୫୫୬,୨୦୯ ଜଣ ଏହି ଘାତକ ରୋଗରୁ ଏଯାବତ୍ ଆରୋଗ୍ୟ ଲାଭ କରିଛନ୍ତି । ତେବେ ଦୈନିକ ସଂକ୍ରମଣ ବଢ଼ିବା ସହ ସକ୍ରିୟ ମାମଲାରେ ମଧ୍ୟ ଲଗାତର ବୃଦ୍ଧି ଘଟୁଛି । ଭାରତରେ ମୋଟ ସକ୍ରିୟ ମାମଲା ୨୮,୮୨,୨୦୪କୁ ବୃଦ୍ଧି ପାଇଛି ।

Comments are closed.