ଭାରତରେ ଗଣତନ୍ତ୍ର ସବୁଠାରୁ ଶକ୍ତିଶାଳୀ ଏବଂ ଜୀବନ୍ତ: ମୋଦି | News Room Odisha

ଭାରତରେ ଗଣତନ୍ତ୍ର ସବୁଠାରୁ ଶକ୍ତିଶାଳୀ ଏବଂ ଜୀବନ୍ତ: ମୋଦି

ନୂଆଦିଲ୍ଲୀ- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର କହିଛନ୍ତି ଯେ ଏକଦା ଭାରତର ଗଣତନ୍ତ୍ର ଉପରେ ସନ୍ଦେହ ବ୍ୟକ୍ତ କରାଯାଇଥିଲା, କିନ୍ତୁ ଆଜି ଭାରତ ହେଉଛି ସେହି ସ୍ଥାନ ଯେଉଁଠାରେ ଗଣତନ୍ତ୍ର ସବୁଠାରୁ ଶକ୍ତିଶାଳୀ ଏବଂ ଜୀବନ୍ତ । ସେ କହିଛନ୍ତି ଯେ ଆଧୁନିକ ଜ୍ଞାନକୌଶଳର ବ୍ୟବହାର କରି ଗରିବ ଲୋକଙ୍କୁ ସଶକ୍ତ କରିବା ପାଇଁ ଭାରତର ପ୍ରୟାସ ଉପରେ ସମଗ୍ର ବିଶ୍ୱ ଆଲୋଚନା କରୁଛି। ଭିଡିଓ କନଫରେନ୍ସିଂ ଜରିଆରେ ୧୬ତମ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ମହାମାରୀର ଏହି ଘଡିସନ୍ଧି ମୁହୂର୍ତ୍ତରେ ଆମର ସାମର୍ଥ୍ୟ କ’ଣ ଏବଂ ଆମର କ୍ଷମତା କ’ଣ ତାହା ଭାରତ ସାରା ବିଶ୍ବକୁ ପୁଣିଥରେ ଦେଖାଇଛି । ଭାରତ ଆଜି ସର୍ବନିମ୍ନ କରୋନା ମୃତ୍ୟୁହାର ଏବଂ ସର୍ବାଧିକ ସୁଧାର ଆଣିଥିବା ଦେଶ ଗୁଡିକ ମଧ୍ୟରେ ସାମିଲ ।

ମୋଦୀ କହିଛନ୍ତି ଯେ ଆଜି ଭାରତ ଗୋଟିଏ ନୁହେଁ, ଦୁଇଟି ‘ମେଡ୍ ଇନ୍ ଇଣ୍ଡିଆ’ କରୋନା ଟିକା ଆଣି ମାନବିକତାକୁ ସୁରକ୍ଷା ଦେବାକୁ ପ୍ରସ୍ତୁତ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତ ଭଳି ଏକ ବୃହତ ଗଣତାନ୍ତ୍ରିକ ଦେଶ ଯେଉଁ ଏକତା ସହ ଠିଆ ହୋଇଛି, ଏହାର ଉଦାହରଣ ବିଶ୍ବରେ ଅନ୍ୟ ‌କେଉଁଠି ଦେଖିବାକୁ ମିଳିବନି ବୋଲି ମୋଦି କହିଛନ୍ତି ।

Narendra Modi