ଭାରତରେ ‘ସ୍ପୁଟନିକ-୫’ ଟିକାର ବ୍ୟବହାର ଉପରେ ଆଜି ହେବ ନିଷ୍ପତ୍ତି

ନୂଆଦିଲ୍ଲୀ – ଭାରତରେ ରୁଷିଆର କରୋନା ଟିକା ‘ସ୍ପୁଟନିକ-୫’ର ଜରୁରୀ ବ୍ୟବହାର ନେଇ ଆଜି ଟିକା ବିଶେଷଜ୍ଞ ପ୍ୟାନେଲର ବୈଠକ ବସିବ । ହାଇଦ୍ରାବାଦର ଡକ୍ଟର ରେଡ୍ଡୀସ୍ ଲ୍ୟାବ୍ ଭାରତରେ ‘ସ୍ପୁଟନିକ-୫’ ଟିକା ତିଆରି କରୁଛି । ଏହି କୋଭିଡ୍ ଟିକା ସଂକ୍ରମଣ ରୋକିବାରେ ୯୧.୬ ପ୍ରତିଶତ ପ୍ରଭାବଶାଳୀ ବୋଲି ଦାବି କରାଯାଉଛି ।

ଭାରତୀୟ ଡ୍ରଗ୍ସ ନିୟାମକର ବିଶେଷଜ୍ଞ କମିଟି ‘ସ୍ପୁଟନିକ-୫’ର ଜରୁରୀ ବ୍ୟବହାର ପାଇଁ ମଞ୍ଜୁରି ଦେବାକୁ ବିଚାର କରିପାରେ । ଏପ୍ରିଲରେ ଅନୁଷ୍ଠିତ ଶେଷ ବୈଠକରେ ଏହି ଟିକା ସମ୍ବନ୍ଧୀୟ ସବୁ ତଥ୍ୟ ଦାଖଲ କରିିବାକୁ ବିଶେଷଜ୍ଞ ପ୍ୟାନେଲ ଡକ୍ଟର ରେଡ୍ଡୀସ୍ ଲ୍ୟାବ୍‌କୁ କହିଥିଲେ ।

ଭାରତରେ ଏବେ ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକାର ‘କୋଭିସିଲ୍ଡ’ ଏବଂ ଭାରତ ବାୟୋଟେକ୍‌ର ‘କୋଭାକ୍ସିନ’କୁ ଜରୁରୀ ବ୍ୟବହାର ପାଇଁ ଅନୁମତି ଦିଆଯାଇଛି । ଦେଶରେ ସମ୍ପ୍ରତି ଚାଲିଥିବା ଟିକାକରଣ ଅଭିଯାନରେ ଏହି ଦୁଇ ଟିକାର ବ୍ୟବହାର କରାଯାଉଛି ।

Comments are closed.