ଭିଜିଲାନ୍ସ ଜାଲରେ ପଡିଲେ ପୋଲିସ ଏଏସଆଇ

ଜଗତସିଂହପୁର- ଭିଜିଲାନ୍ସ ଜାଲରେ ପଡିଲେ ପୋଲିସ ବାବୁ । ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଜଗତସିଂହପୁରର ପୋଲିସ ଏଏସଆି ରବୀନ୍ଦ୍ର ସେନାପତିଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ । ତାଙ୍କର ଏରସମା ଥାନା ପୈତୃକ ଘର ସମେତ ତିନିଟି ସ୍ଥାନରେ ଏକକାଳିନ ଚଢାଉ ହୋଇଛି । ୩ଟି ସ୍ଥାନରେ ୨୫ଜଣିଆ ଟିମ୍ ଚଢାଉ କରିଛନ୍ତି । ଚଢାଉ ବେଳେ ରବୀନ୍ଦ୍ରଙ୍କ ପାଖରୁ ୧୦ରୁ ଅଧିକ ବ୍ୟାଙ୍କ ପାସବୁକ୍ , ସୁନା ଗହଣା ଆଦି ମିଳିଛି । ତିନିଟି କୋଠାର ମୂଲ୍ୟ ଦେଢ କୋଟିରୁ ଅଧିକ ହେବ ବୋଲି ଆକଳନ କରାଯାଇଛି ।

Comments are closed.