ଭିଜିିଲାନ୍ସ ଜାଲରେ ନବରଙ୍ଗପୁର ଆଇଟିଡିଏ ଅଫିସ୍‌ର ୩ ଅଧିକାରୀ

ନବରଙ୍ଗପୁର – ଭିଜିିଲାନ୍ସ ଜାଲରେ ପଡିଛନ୍ତି ନବରଙ୍ଗପୁର ଆଇଟିଡିଏ ଅଫିସ୍‌ର ୩ ଅଧିକାରୀ । ସରକାରୀ ଗାଡିରେ ଟଙ୍କା ନେଇ ଯାଉଥିବା ବେଳେ ପାପଡାହାଣ୍ଡି ନିକଟରେ ଚଢାଉ ହୋଇଥିଲା । ଗାଡିରୁ ୩ ଲକ୍ଷରୁ ଅଧିକ ଟଙ୍କା ଜବତ କରାଯାଇଥିବା ସୂଚନା ମିଳିଛି । ୩ ଅଧିକାରୀ ଓ ଗାଡିରେ ଥିବା ଅନ୍ୟ ଲୋକଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି । ଭାରପ୍ରାପ୍ତ ସହକାରୀ ଯନ୍ତ୍ରୀ ଶରତ କୁମାର ମାଝୀଙ୍କୁ ଜେରା କରାଯାଉଛି । ମୁଖ୍ୟ ଯନ୍ତ୍ରୀ ପ୍ରମୋଦ ପ୍ରଧାନ ଓ ଏଇଇ ବି.ଏନ ବେହେରାଙ୍କୁ ବି ଅଟକ ରଖିଛି ଭିଜିଲ।।ନ୍ସ ।

Comments are closed.