ଭୁବନେଶ୍ୱର ଏୟାରପୋର୍ଟରେ ବିଦେଶ ଫେରନ୍ତା ଯାତ୍ରୀଙ୍କ ପାଇଁ ନୂଆ ଏସଓପି

ଭୁବନେଶ୍ୱର- ବ୍ରିଟେନରେ କୋରୋନା ଭାଇରସର ନୂଆ ଷ୍ଟ୍ରେନ୍ ମିଳିଥିବାରୁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଭୁବନେଶ୍ୱର ଏୟାରପୋର୍ଟରେ ବିଦେଶ ଫେରନ୍ତାଙ୍କ ପାଇଁ ନୂଆ ଏସଓପି ଜାରି ହୋଇଛି । ୫୫ ବର୍ଷରୁ ଅଧିକ ବୟସର ସମସ୍ତ ଯାତ୍ରୀଙ୍କ ଆଂଟିଜେନ ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି । ବିଦେଶ ଫେରନ୍ତା ଯାତ୍ରୀଙ୍କ ସୂଚନା ଦେବାକୁ ଏୟାରପୋର୍ଟ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଟର୍ମିନାଲ ପରିସରରେ ବିଏମସି ପକ୍ଷରୁ ସ୍ୱତନ୍ତ୍ର କିଓସ୍କରେ ଯାତ୍ରୀଙ୍କ ଯାଂଚ କରାଯିବ ।

Comments are closed.