ଭୁବନେଶ୍ୱର ଓ କଟକରେ ଗୋଷ୍ଠୀ ସଂକ୍ରମଣ ସ୍ଥିତି : ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର- ରାଜ୍ୟରେ କୋରୋନା ସଂକ୍ରମଣର ଦ୍ୱିତୀୟ ଲହର ଚିନ୍ତା ବଢାଇଥିବା ବେଳେ ରାଜଧାନୀ ଭୁବନେଶ୍ୱର ଓ କଟକ ସହରରେ ଗୋଷ୍ଠୀ ସଂକ୍ରମଣ ସ୍ଥିତି ସୃଷ୍ଟି ହେଲାଣି । ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ବିଜୟ ମହାପାତ୍ର ଏହି ସୂଚନା ଦେଇଛନ୍ତି ।

ଜଣେ ଲୋକ ଏକାଧିକ ଲୋକଙ୍କୁ ସଂକ୍ରମଣ କରୁଥିବାରୁ ଏହି ସ୍ଥିତି ସୃଷ୍ଟି ହୋଇଛି । ଦୁଇ ସହରକୁ ଅଧିକ ପ୍ରବାସୀ ଆସୁଥିବାରୁ ଏହି ସମସ୍ୟା ଦେଖାଦେଇଥିବା ସେ କହିଛନ୍ତି ।
ରାଜ୍ୟରେ କୋରୋନା ସଂକ୍ରମଣର ମୁକାବିଲା ପାଇଁ ସବୁ ବ୍ୟବସ୍ଥା କରାଯାଇଛି । ସଂକ୍ରମଣକୁ ଦେଖି ବେଡ୍ ବ୍ୟବସ୍ଥା ହେଉଛି । ପଶ୍ଚିମ ଓଡିଶାରେ ଅଧିକ ରୋଗୀ ଭର୍ତ୍ତି ହେଉଛନ୍ତି । ଯେଉଁଠି ଆବଶ୍ୟକ, ସେଠାରେ ବେଡ୍ ସଂଖ୍ୟା ବଢାଯାଉଛି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । ରାଜ୍ୟରେ ୯୦ ପ୍ରତିଶତ ରୋଗୀ ହୋମ୍ ଆଇସୋଲେସନରେ ରହି ଚିକିତ୍ସିତ ହେଉଥିବା ବିଜୟ କହିଛନ୍ତି ।

Comments are closed.