ମନ୍ କି ବାତ୍ କାର୍ଯ୍ୟକ୍ରମରେ ଓଡିଶାର ଭାଗ୍ୟଶ୍ରୀ ସାହୁଙ୍କୁ ପଟ୍ଟଚିତ୍ର କଳାପାଇଁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍‌ରେ ଓଡିଶାର ପଟ୍ଟଚିତ୍ର କଳାରେ ଦକ୍ଷତା ହାସଲ କରିଥିବା ଭାଗ୍ୟଶ୍ରୀ ସାହୁଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି । ରାଉରକେଲାର ଭାଗ୍ୟଶ୍ରୀ ସାହୁ ଜଣେ ଇଂଜିନିୟରିଂ ଛାତ୍ରୀ । କିନ୍ତୁ ପଟ୍ଟଚିତ୍ର କଳାରେ ସେ ପାରଙ୍ଗମ ହୋଇପାରିଛନ୍ତି ବୋଲି କହି ପ୍ରଧାନମନ୍ତ୍ରୀ, ଭାଗ୍ୟଶ୍ରୀଙ୍କୁ ପ୍ରଶଂସା କରିଥିଲେ । ଭାଗ୍ୟଶ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ମୋଦି ।

Comments are closed.