ମହାନଦୀ ଜଳ ବିବାଦ ମାମଲାର ଶୁଣାଣି ଆଜି

ନୂଆଦିଲ୍ଲୀ – ଓଡିଶା ଓ ଛତିଶଗଡ ମଧ୍ୟରେ ମହାନଦୀ ଜଳ ବିବାଦର ସମାଧାନ ପାଇଁ ଗଠିତ ଟ୍ରିବ୍ୟୁନାଲ ଆଜି ମାମଲାର ଶୁଣାଣି କରିବେ । ଶୁଣାଣିରେ ଦୁଇ ରାଜ୍ୟ ପକ୍ଷରୁ ମଧ୍ୟବର୍ତ୍ତୀ ବ୍ୟବସ୍ଥା ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ ଆପୋଷ ଆଲୋଚନାରେ ସ୍ଥିତି ସଂପର୍କରେ ଟ୍ରିବ୍ୟୁନାଲଙ୍କୁ ଅବଗତ କରିବେ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଅଣମୌସୁମୀ ସମୟରେ ହୀରାକୁଦ ଜଳ ଭଣ୍ଡାରକୁ ଅତିକମରେ ୧ ଦଶମିକ ୫ ନିୟୁତ ଏକର ଫୁଟ ଜଳ ସୁନିଶ୍ଚିତ କରିବା ପାଇଁ ମଧ୍ୟବର୍ତ୍ତୀ ବ୍ୟବସ୍ଥା କରିବାକୁ ଓଡିଶା, ଛତିଶଗଡକୁ ପ୍ରସ୍ତାବ ଦେଇଛି ।

Comments are closed.