ମହାରାଷ୍ଟ୍ର କୋଠା ଭୁଶୁଡିବା ଘଟଣାରେ ମୃତ୍ୟୁସଂଖ୍ୟା ୨୦କୁ ବୃଦ୍ଧି, ଆଉ ୨୦ ଉଦ୍ଧାର | News Room Odisha

ମହାରାଷ୍ଟ୍ର କୋଠା ଭୁଶୁଡିବା ଘଟଣାରେ ମୃତ୍ୟୁସଂଖ୍ୟା ୨୦କୁ ବୃଦ୍ଧି, ଆଉ ୨୦ ଉଦ୍ଧାର

ମୁମ୍ବାଇ- ମହାରାଷ୍ଟ୍ରର ଥାନେ ଜିଲ୍ଲା ଅନ୍ତର୍ଗତ ଭିୱାଣ୍ଡିରେ କୋଠା ଭୁଶୁଡିବା ଘଟଣାରେ ମୃତ୍ୟୁ ସଂଖ୍ୟା ୨୦କୁ ବୃଦ୍ଧି ପାଇଛି । ୨୪ ଘଂଟାରେ ଏହି ଦୁର୍ଘଟଣାରେ ଆଉ ୧୦ ଜଣଙ୍କ ମୃତ୍‌୍ୟୁ ହୋଇଛି । ସୋମବାର ଭୋରରେ ତିନି ମହଲା କୋଠା ଭୁଶୁଡି ପଡିଥିଲା । ଧ୍ୱଂସସ୍ତୁପ ତଳେ ଚାପି ହୋଇ ରହିଥିବା ୨୦ ଜଣଙ୍କୁ ଉଦ୍ଧାର କରିଛି ଏନଡିଆରଏଫ୍ ।