ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ‘ପରୀକ୍ଷା ଦର୍ପଣ’ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର- ରାଜ୍ୟରେ ଏ ବର୍ଷ ମାଟ୍ରିକ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । ମାଟ୍ରିକ ପରୀକ୍ଷା ପାଇଁ ପ୍ରସ୍ତୁତ ହେବାକୁ ସେମାନଙ୍କ ପାଇଁ ଉନ୍ମୋଚନ ହୋଇଛି ‘ପରୀକ୍ଷା ଦର୍ପଣ’ ପୁସ୍ତକ । ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ଏହି ପୁସ୍ତକ ଉନ୍ମୋଚନ କରିଛନ୍ତି ।

ଏଥିରେ ରହିଛି ସମ୍ଭାବ୍ୟ ପ୍ରଶ୍ନ ଓ ଉତ୍ତର । ଏ ବର୍ଷ ମାଟ୍ରିକ ପରୀକ୍ଷା ଦେବାକୁ ଥିବା ୬ ଲକ୍ଷ ୨୦ ହଜାର ପିଲାଙ୍କୁ ମିଳିବ ଏହି ପରୀକ୍ଷା ଦର୍ପଣ ପୁସ୍ତକ । ୭ ଶହ ପୃଷ୍ଠା ସମ୍ବଳିତ ଏହି ବହି ପିଲାଙ୍କୁ ପରୀକ୍ଷା ଦେବାରେ ସହାୟକ ହେବ । ପିଲାଙ୍କ ଶଙ୍କା ଦୂର ପାଇଁ ଗଣଶିକ୍ଷା ବିଭାଗ ମାଗଣାରେ ଏହି ବହି ବାଂଟିବ । ପିଲାଙ୍କ ମାନସିକ ଚାପ ହ୍ରାସ ପାଇଁ ପୁସ୍ତର ସହାୟକ ହେବ । ପ୍ରତି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିକଟରେ ‘ପରୀକ୍ଷା ଦର୍ପଣ’ ପୁସ୍ତକ ପହଂଚିବ ।

ଆସନ୍ତାମାସ ୧୫ ତାରିଖ ସୁୁଦ୍ଧା ରାଜ୍ୟର ସମସ୍ତ ଛାତ୍ରଛାତ୍ରୀଙ୍କ ପାଖରେ ଏହି ପୁସ୍ତର ପହଂଚାବାକୁ ଉଦ୍ୟମ ହେଉଛି । ଆଜି ନୂଆପଡା, ନବରଙ୍ଗପୁର, ମାଲକାନଗିରି ଓ କୋରାପୁଟ ଜିଲ୍ଲାକୁ ପରୀକ୍ଷା ଦର୍ପଣ ପୁସ୍ତକ ପଠାଯାଇଛି ।

ପ୍ରଥମ ପର୍ଯ୍ୟାୟରେ ଏହି ୪ଟି ଜିଲ୍ଲାକୁ ୫୦ ହଜାର ପୁସ୍ତକ ପଠାଯାଇଛି । ପ୍ରଥମେ ମାଲକାନଗିରି ସ୍ୱାଭିମାନ ଅଂଚଳରେ ବହି ଦିଆଯିବ ବୋଲି କହିଛନ୍ତି ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ । ଜିଲ୍ଲା ଶିକ୍ଷା ଅଧିକାରୀ-ଡିଇଓ ବହି ବଂଟନର ପ୍ରତ୍ୟକ୍ଷ ତଦାରଖ କରିବେ ।

Comments are closed.