ମୁଖ୍ୟମନ୍ତ୍ରୀଙ୍କ ପୋଷ୍ୟ ସ୍କୁଲ ଆହ୍ୱାନ : ଭୁବନେଶ୍ୱରର ଭୌମନଗର ଉପ୍ରା ସ୍କୁଲକୁ ପୋଷ୍ୟ କଲେ ସାଂସଦ ଅମର ପଟ୍ଟନାୟକ

ଭୁବନେଶ୍ୱର- ମୁଖ୍ୟମନ୍ତ୍ରୀଙ୍କ ପୋଷ୍ୟ ସ୍କୁଲ ଆହ୍ୱାନକୁ ଗ୍ରହଣ କରିଛନ୍ତି ରାଜ୍ୟସଭା ସଦସ୍ୟ ଅମର ପଟ୍ଟନାୟକ । ଭୁବନେଶ୍ୱର ଭୌମନଗର ଉଚ୍ଚ ପ୍ରାଥମିକ ସ୍କୁଲକୁ ପୋଷ୍ୟଭାବେ ଗ୍ରହଣ କରିଛନ୍ତି ଅମର । ସେ ଏହି ସ୍କୁଲରେ ଚତୁର୍ଥ ଓ ପଂଚମ ଶ୍ରେଣୀ ପଢିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ଦିଗଦର୍ଶନ ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବ ବୋଲି ଟ୍ୱିଟ୍ କରିଛନ୍ତି ରାଜ୍ୟସଭା ସଦସ୍ୟ ।

Comments are closed.