ମେ ୩ରୁ ୧୫ ଯାଏଁ ହେବ ମାଟ୍ରିକ ପରୀକ୍ଷା

ଭୁବନେଶ୍ୱର- ମେ ମାସ ୩ ତାରିଖରୁ ୧୫ ତାରିଖ ଯାଏଁ ହେବ ଏ ବର୍ଷର ମାଟ୍ରିକ ପରୀକ୍ଷା । ମେ ୩ରୁ ୧୨ ତାରିଖ ଯାଏ ହେବ ସଂସ୍କୃତ ଓ ମଧ୍ୟମ ପରୀକ୍ଷା । ୩ ତାରିଖରୁ ୧୫ ତାରିଖ ଯାଏଁ ମୁକ୍ତ ବିଦ୍ୟାଳୟ ପରୀକ୍ଷା ହେବ ବୋଲି ଗଣଶିକ୍ଷା ବିଭାଗ ସୂଚନା ଦେଇଛି ।

କୋଭିଡ ପରିସ୍ଥିତି ଯୋଗୁଁ ଏଥର ମାଟ୍ରିକ ପରୀକ୍ଷାର୍ଥୀମାନେ ନିଜ ସ୍କୁଲରେ ହିଁ ପରୀକ୍ଷା ଦେବେ ବୋଲି ପୂର୍ବରୁ ନିଷ୍ପତ୍ତି ହୋଇସାରିଛି । ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କଠାରୁ ଫି ନିଆଯିବ ନାହିଁ ବୋଲି ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ ।

Comments are closed.