ମୋ ଜଙ୍ଗଲ ମୋବାଇଲ୍ ଆପ୍ ଲୋକାର୍ପିତ

ଭୁବନେଶ୍ୱର : ଶୁକ୍ରବାର, ଜଙ୍ଗଲ ଓ ପରିବେଶ , ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ମୋ ଜଙ୍ଗଲ ମୋବାଇଲ୍ ଆପ୍ ଏବଂ Know your Forest Land ମୋବାଇଲ୍ ଆପର ଲୋକାର୍ପଣ କରିଛନ୍ତି । ଲୋକସେବା ଭବନରେ ଏହି ଉପଲକ୍ଷେ ଅନୁଷ୍ଠିତ ସଂକ୍ଷିପ୍ତ କାର୍ଯ୍ୟକ୍ରମରେ ଆରୁଖ ଯୋଗ ଦେଇ କହିଲେ ଯେ , ଉଭୟ ମୋବାଇଲ୍ ଆପ୍ ପ୍ରଚଳନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ‘ ୫ – ଟି ” ଓ “ ମୋ ସରକାର ’ ଉଦ୍ୟମର ଅଂଶବିଶେଷ । ମୋ ଜଙ୍ଗଲ ମୋବାଇଲ୍ ଆପ୍ ମାଧ୍ୟମରେ ଜଙ୍ଗଲ ଓ ପରିବେଶ ବିଭାଗ ଦ୍ବାରା କାର୍ଯ୍ୟକାରୀ କରାଯାଉଥିବା ସମସ୍ତ ବନୀକରଣ କାର୍ଯ୍ୟକ୍ରମର ନିରୀକ୍ଷଣ ଓ ପରିଚାଳନା ସହଜ ହେବା ସହ ରାଜ୍ୟର ଜନସାଧାରଣ ଏ ସମ୍ବନ୍ଧୀୟ ବ୍ୟାପକ ସୂଚନା ଏହି ମୋବାଇଲ୍ ଆପ୍‌ରେ ପାଇପାରିବେ ଓ ଏହାକୁ ଅଧିକ ଫଳପ୍ରସୂ କରିବା ପାଇଁ ସୁଚିନ୍ତିତ ମତାମତ ମୋବାଇଲ୍ ଆପ୍ ଜରିଆରେ ଦେଇପାରିବେ ।

ସେହିଭଳି Know your Forest Land ମୋବାଇଲ୍ ଆପ୍ ଦ୍ବାରା ରାଜ୍ୟର ସମସ୍ତ ଜଙ୍ଗଲ ଜମି ସମ୍ବନ୍ଧରେ ସଠିକ ସୂଚନା ଓ ଏସବୁ ଜଙ୍ଗଲ ଜମିର ଉନ୍ନତି ସମ୍ବନ୍ଧୀୟ ବିଶଦ ଯୋଜନା ଜନସାଧାରଣ ପାଇପାରିବେ । ରାଜ୍ୟର ଯେ କୌଣସି ସ୍ଥାନର ଜଙ୍ଗଲ ଜମି ଓ ଜଙ୍ଗଲ ପ୍ରଶାସନ ସମ୍ବନ୍ଧୀୟ ତଥ୍ୟାବଳୀ ଏହି ମୋବାଇଲ୍ ଆପ୍ ଜରିଆରେ ଉପଲବ୍ଧ ହୋଇପାରିବ । ଏହାଛଡା ଜିଲ୍ଲା , ତହସିଲ , ବ୍ଲକ୍ , ଗ୍ରାମ ପଞ୍ଚାୟତ , ଗାଁ , ଖାତା ନମ୍ବର , ରାଜସ୍ବ ଜମି ନମ୍ବର , ଜମି ମାଲିକଙ୍କ ନାମ , କେଉଁ କିସମର ଜମି , କେତେ ବର୍ଗଫୁଟର ଜମି , ସ୍ଥାନୀୟ ପୋଲିସ ଷ୍ଟେସନର ସମସ୍ତ ତଥ୍ୟ ଏହି ମୋବାଇଲ୍ ଆପ୍ ଯୋଗାଇ ଦେବ । ଉଭୟ ମୋବାଇଲ୍ ଆପ୍ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ , ଓଡ଼ିଶାଙ୍କ ଆଇ.ଟି ଓ ଜି.ଆଇ.ଏସ୍ ସେଲ୍‌ ଏବଂ ଓସାର ବୈଷୟିକ ସହଭାଗିତାରେ ପ୍ରସ୍ତୁତ କରାଯାଇଛି । ଗୁଗୁଲ ପ୍ଲେଷ୍ଟୋର୍ ଓ ଆପଲ ପ୍ଲେଷ୍ଟୋରେଏହି ଦୁଇଟିଯାକ ମୋବାଇଲ୍ ଆପ୍ ଡାଉଲୋଡ କରି ଉପଯୋଗ କରିହେବ । ଜଙ୍ଗଲ ଓ ପରିବେଶ ବିଭାଗର ସମସ୍ତ କାର୍ଯ୍ୟକ୍ରମରେ ଏହି ଦୁଇଟି ମୋବାଇଲ୍ ଆପ୍ ଯୋଗୁଁ ଅଧୁକ ସ୍ଵଚ୍ଛତା ଓ ପାରଦର୍ଶିତା ଆସିପାରିବ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନନ୍ୟ ମନ୍ତ୍ର * ୫ – ଟି ‘ ଓ “ ମୋ ସରକାର ’ ଆଧାରରେ ଓଡ଼ିଶା ବନସଂହିତାକୁ ବ୍ୟାପକ ସଂଶୋଧନ କରାଯାଇଛି । ଜଙ୍ଗଲ ପରିଚାଳନା , ସଂରକ୍ଷଣ ଓ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ସାଧନ ଦିଗରେ ସ୍ବଚ୍ଛତା ଓ ସଫଳତା ଆସିପାରିଛି । ହିତାଧୁକାରୀ ଓ ବିଭିନ୍ନ ସେବା ଯୋଗାଉଥିବା ବ୍ୟକ୍ତିବିଶେଷଙ୍କ ବ୍ୟାଙ୍କ୍ ଆକାଉଣ୍ଟକୁ ସେମାନଙ୍କ ଦେୟ ସିଧାସଳଖ ଭାବେ ପ୍ରେରଣ କରାଯାଉଛି ବୋଲି ଆରୁଖ ପ୍ରକାଶ କରିଥିଲେ । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର , ଉନ୍ନୟନ କମିଶନର ପ୍ରଦୀପ ଜେନା ଏହି ଲୋକାର୍ପଣ ସମୟରେ ଉପସ୍ଥିତ ଥିଲେ । ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ . ମୋନା ଶର୍ମା ସ୍ୱାଗତ ଭାଷଣ ଦେଇଥିଲେ ଓ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ସନ୍ଦୀପ ତ୍ରିପାଠୀ ଧନ୍ୟବାଦ ଦେଇଥିଲେ । ଉଭୟ ମୋବାଇଲ୍ ଆପ୍ ଉପରେ ପ୍ରସ୍ତୁତ ଏକ ଭିଡିଓ ପ୍ରଦର୍ଶିତ ହୋଇଥିଲା । ଖାରବେଳ ଭବନରୁ ଜଙ୍ଗଲ ଓ ପରିବେଶ ବିଭାଗର ଉଚ୍ଚାକାରୀ , ବିଭିନ୍ନ ଜିଲ୍ଲାରୁ ବନଖଣ୍ଡ ଅଧୁକାରୀମାନେ ଭଟୁଆଲ ମୋରେ ଯୋଗ ଦେଇଥିଲେ ।

Comments are closed.