ଯଦୁପୁରରେ ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣାର ରିକ୍ରିଏସନ,ଏସଆଇଟିକୁ ଡେମୋ ଦେଖାଇଲା ଅଭିଯୁକ୍ତ

ନୟାଗଡ- ନୟାଗଡ ନାବାଳିକା ହତ୍ୟା ଓ ଦୁଷ୍କର୍ମ ମାମଲାରେ ଯଦୁପୁରରେ କ୍ରାଇମ ସିନ ରିକ୍ରିଏଟ କରିଛି ଏସଆଇଟି । ନାବାଳିକା ପରୀ ସହ କିଭଳି ଜଘନ୍ୟ କାଣ୍ଡ ଭିଆଇଥିଲା, ସେ ନେଇ ଅଭିଯୁକ୍ତ ସରୋଜ ଡେମୋ ଦେଖାଇଛି । ଏସଆଇଟି ଆଜି ସରୋଜକୁ ଯଦୁୁପୁର ନେଇ କ୍ରାଇମ ସିନର ରିକ୍ରିଏସନ କରଇଥିଲେ ।

ସରୋଜ ନାବାଳିକା ପରୀକୁ ଦୁଷ୍କର୍ମ ଉଦ୍ୟମ କରିଥିବାର ଡେମୋ ଦେଖାଇଛି । ପରେ ସେ କିପରି ତାର ତଣ୍ଟି ଚିପି ହତ୍ୟା କଲା ଓ ମୃତଦେହ କିପରି ଅଖା ଭିତରେ ପୁରାଇ ପୋଖରୀ ହୁଡାରେ ଫିଙ୍ଗିଥିଲା , ସେ ଡେମୋ ବି ଦେଖାଇଛି ସରୋଜ । ସୂଚନାଯୋଗ୍ୟ ଯେ, ହାଇକୋର୍ଟ ଆଜି ଏହି ମାମଲାରେ ଚାର୍ଜସିଟ୍ ଦାଖଲ ପାଇଁ ଏସଆଇଟିକୁ ନିର୍ଦ୍ଦେଶ ଦେଇଛନ୍ତି ।

Comments are closed.