ରାଜଧାନୀରେ ଜିରୋ ନାଇଟ ସେଲିବ୍ରେସନ ମନା

ଭୁବନେଶ୍ୱର- ରାଜଧାନୀରେ ଏଥର ନୂଆବର୍ଷକୁ ସ୍ୱାଗତ ଜଣାଇବା ପାଇଁ ଜିରୋ ନାଇଟ ସେଲିବ୍ରେସନ ହେବ ନାହିଁ । ହୋଟେଲ, ପବ୍ ଓ କ୍ଲବରେ ଭିଡ ଜମାଇ ଜିରୋ ନାଇଟ ସେଲିବ୍ରେସନକୁ ଅନୁମତି ଦିଆଯିବ ନାହିଁ । ଭିଡ ହେଲେ କୋରୋନା ସଂକ୍ରମଣ ହେବା ଆଶଙ୍କା ଥିବାରୁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ୩୧ ତାରିଖ ରାତିରେ ଜିରୋ ନାଇଟ ସେଲିବ୍ରେସନ ଉପରେ କଟକଣା ଜାରି କରାଯାଇଛି । ଏ ନେଇ ବିଏମସି ପକ୍ଷରୁ ସୂଚନା ଦିଆଯାଇଛି ।

କେବଳ ଭୁବନେଶ୍ୱର ନୁହେଁ,ରାଜ୍ୟର ସମସ୍ତ ପ୍ରମୁଖ ସହରର ଓ ସଦର ମହକୁମାରେ ଜିରୋ ନାଇଟ ସେଲିବ୍ରେସନ ହେବ ନାହିଁ ।

Comments are closed.