ରାଜ୍ୟକୁ ଟୀକା ଆସିଲେ ହିଁ ରାଜଧାନୀର ଘରୋଇ ହସପିଟାଲଗୁଡିକୁ ମିିଳିବ : ବିଏମସି କମିଶନର

ଭୁବନେଶ୍ୱର- ଏବେ ରାଜ୍ୟରେ ଟୀକାର ଅଭାବ ରହିଛି । ଟୀକା ଆସିଲେ ରାଜଧାନୀର ଘରୋଇ ହସପିଟାଳଗୁଡିକୁ ଯୋଗାଇ ଦିଆଯିବ ବୋଲି ଭୁବନେଶ୍ୱର ମହାନଗର ନିଗମ କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି ।

ଆଗରୁ ରାଜଧାନୀର ୩୧ଟି ଘରୋଇ ହସପିଟାଲକୁ ପ୍ରଥମ ପର୍ଯ୍ୟାୟରେ ଚିହ୍ନଟ କରାଯାଇଥିଲା । ମାତ୍ର ଏ ଯାଏଁ କୌଣସି ବି ଘରୋଇ ହସପିଟାଲକୁ ଟୀକା ଦିଆଯାଇ ନାହିଁ । ନୂଆ ଟୀକା ଆସିଲେ ଘରୋଇ ହସପିଟାଲରୁ ଦେବା ନେଇ ବ୍ୟବସ୍ଥା କରିବୁ ବୋଲି ବିଏମସି କମିଶନର କହିଛନ୍ତି ।

ରାଜ୍ୟକୁ ୧୯ରୁ ୪୪ ବର୍ଷର ଲୋକଙ୍କ ପାଇଁ ଦେଢ ଲକ୍ଷ ଟୀକା ଆସଥିଲା । ଏହାପରେ ବିଏମସି ପକ୍ଷରୁ ଆସନ୍ତା ୧୯ ତାରିଖ ଯାଏଁ ସମସ୍ତ ସ୍ଲଟ୍ ବୁକିଂ ହୋଇସାରିଛି । ସେ ସମସ୍ତ ବୁକିଂକୁ କ୍ୟାନସଲ କରାଯାଇପାରିବ ନାହିଁ ବୋଲି ବିଏମସି କମିଶନର କହିଛନ୍ତି ।

Comments are closed.