ରାଜ୍ୟରେ ଆଉ ୩୫୬ ନୂଆ କୋରୋନା ରୋଗୀ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଂଟାରେ ୩୫୬ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୧୯୯ ଓ ସ୍ଥାନୀୟ ଅଂଚଳରୁ ୧୫୭ ଜଣ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୧, ସୁନ୍ଦରଗଡରୁ ୩୫, ଅନୁଗୁଳରୁ ୨୯, ମୟୂରଭଞ୍ଜରୁ ୨୯, ବାଲେଶ୍ୱରରୁ ୨୬, ସମ୍ବଲପୁରରୁ ୨୫, ପୁରୀରୁ ୨୦, କଟକରୁ ୧୯ , ନୂଆପଡାରୁ ୧୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାରୁ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଏ ଯାଏଁ ୩ ଲକ୍ଷ ୨୫ ହଜାର ୮୬୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୩ ଲକ୍ଷ ୨୦ ହଜାର ୯୪୭ ଜଣ ସୁସ୍ଥ ହୋଇଥିବା ବେଳେ ୩ ହଜାର ୨୯ ଜଣ ଚିକିତ୍ସାଧୀନ ଅଛନ୍ତି । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ଆଉ ୩ ଜଣ କୋରୋନାରେ ପ୍ରାଣ ହରାଇଛନ୍ତି ।

Comments are closed.