ରାଜ୍ୟରେ ଏବେ ବି ୭୦ ପ୍ରତିଶତ ବେଡ୍ ଖାଲି : ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର- ରାଜ୍ୟରେ କୋରୋନା ସ୍ଥିତିକୁ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ଯେ, ଦୁଇ ତିନିଟି ଜିଲ୍ଲାକୁ ମିଶାଇ ଗୋଟିଏ ଗୋଟିଏ କ୍ଲଷ୍ଟର କରାଯାଇଛି । ଯେଉଁ ଜିଲ୍ଲାରେ ହସପିଟାଲରେ ବେଡ୍ ଭର୍ତ୍ତି ହୋଇଯାଉଛି, ଅନ୍ୟ ଜିଲ୍ଲାକୁ ରୋଗୀ ପଠାଯାଉଛି । ରାଜ୍ୟରେ ଏବେ ବି ୭୦ ପ୍ରତିଶତ ବେଡ୍ ଖାଲି ରହିଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । କୋରୋନା ସ୍ଥିତିର ମୁକାବିଲା ପାଇଁ ବେଡ୍‌, ଅକ୍ସିଜେନ୍ ଓ ମେଡିସିନ ସଂପୂର୍ଣ୍ଣ ମହଜୁଦ ରହିଥିବା ସେ କହିଛନ୍ତି ।

Comments are closed.