ରାଜ୍ୟରେ କୋରୋନାର ଦୈନିକ ସଂକ୍ରମଣରେ ରେକର୍ଡ, ଦିନକରେ ୬୧୬୪ ପଜିଟିଭ ଚିହ୍ନଟ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧି ୧୧୩୨

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ରେକର୍ଡ ୬ ହଜାର ୧୬୪ଟି କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୩ ହଜାର ୫୭୫ ଓ ସ୍ଥାନୀୟ ଅଂଚଳରୁ ୨ ହଜାର ୫୮୯ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରେ ଦୈନିକ ସଂକ୍ରମଣ ସଂଖ୍ୟା ହଜାରେ ଟପିଛି । ଗତ ୨୪ ଘଂଟାରେ ଜିଲ୍ଲାରୁ ସର୍ବାଧିକ ୧ ହଜାର ୧୩୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆପଡାରୁ ୪୫୯, କଳାହାଣ୍ଡିରୁ ୪୫୨, ସୁନ୍ଦରଗଡରୁ ୪୨୭, କଟକରୁ ୩୬୦, ଝାରସୁଗୁଡାରୁ ୩୫୫, ପୁରୀରୁ ୨୮୬, ବରଗଡରୁ ୨୩୬, ସମ୍ବଲପୁରରୁ ୨୨୯, ବଲାଙ୍ଗୀରରୁ ୨୨୬, ନବରଙ୍ଗପୁରରୁ ୨୦୭, କେନ୍ଦୁଝରରୁ ୨୦୫, ଯାଜପୁରରୁ ୧୫୪, ଅନୁଗୁଳରୁ ୧୩୬,ଗଞ୍ଜାମରୁ ୧୩୫ ଚିହ୍ନଟ ହୋଇଛନ୍ତି ।

ଅନ୍ୟ ଜିଲ୍ଲା ମଧ୍ୟରେ ରାୟଗଡାରୁ ୧୦୫, ନୟାଗଡରୁ ୯୯, ସୋନପୁରରୁ ୯୯, ବାଲେଶ୍ୱରରୁ ୭୮, ଭଦ୍ରକରୁ ୭୧, ଜଗତସିଂହପୁରରୁ ୬୩, ଗଜପତିରୁ ୫୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଏ ପର୍ଯ୍ୟନ୍ତ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୮୮ ହଜାର ୪୭୯ରେ ପହଂଚିଥିବା ବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୫୧ ହଜାର ୩୮୬ । ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୩୫ ହଜାର ୭୫କୁ ବୃଦ୍ଧି ପାଇଛି ।

Comments are closed.