ରାଜ୍ୟରେ କୋରୋନା ସୁସ୍ଥଙ୍କ ସଂଖ୍ୟା ଦେଢ ଲକ୍ଷ ପାର, ଦିନକରେ ସୁସ୍ଥ ହେଲେ ୩ ହଜାର ୮୩୪ ରୋଗୀ | News Room Odisha

ରାଜ୍ୟରେ କୋରୋନା ସୁସ୍ଥଙ୍କ ସଂଖ୍ୟା ଦେଢ ଲକ୍ଷ ପାର, ଦିନକରେ ସୁସ୍ଥ ହେଲେ ୩ ହଜାର ୮୩୪ ରୋଗୀ

ଭୁବନେଶ୍ୱର- ରାଜ୍ୟରେ କୋରୋନାରୁ ଆଉ ୩ ହଜାର ୮୩୪ ରୋଗୀ ସୁସ୍ଥ ହୋଇଛନ୍ତି । ଫଳରେ କୋରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୧ ଲକ୍ଷ ୫୩ ହଜାର ୨୧୩କୁ ବୃଦ୍ଧି ପାଇଛି । ମଙ୍ଗଳବାର ପ୍ରକାଶ ପାଇଥିବା ତାଲିକାରେ ଖୋର୍ଧା ଜିଲ୍ଲାରୁ ସର୍ବାଧିକ ୫୨୫ ଓ କଟକରୁ ୩୮୯ ରୋଗୀ ସୁସ୍ଥ ହୋଇଛନ୍ତି । ପୁରୀରୁ ୨୭୪, ଅନୁଗୁଳରୁ ୨୧୦, ବରଗଡରୁ ୧୯୦ ସୁସ୍ଥ ହୋଇଛନ୍ତି । ବାଲେଶ୍ୱରରୁ ୧୮୫, ବଲାଙ୍ଗିରରୁ ୧୮୩, କେନ୍ଦ୍ରାପଡାରୁ ୧୫୬ ଜଣ ସୁସ୍ଥ ହୋଇଛନ୍ତି ।