ରାଜ୍ୟରେ ଦିନକରେ ରେକର୍ଡ ସଂଖ୍ୟକ ୪ ହଜାର ୭୬୧ କୋରୋନା ରୋଗୀ ସୁସ୍ଥ, ଖୋର୍ଧା ଜିଲ୍ଲାରୁ ସର୍ବାଧିକ ୧୧୭୩

ଭୁବନେଶ୍ୱର – ରାଜ୍ୟରେ ଆଜି ରେକର୍ଡ ସଂଖ୍ୟକ କୋରୋନା ରୋଗୀ ସୁସ୍ଥ ହୋଇଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ ୪ ହଜାର ୭୬୧ ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ଖୋର୍ଧା ଜିଲ୍ଲାରୁ ସର୍ବାଧିକ ୧ ହଜାର ୧୭୩ ସୁସ୍ଥ ହୋଇଛନ୍ତି । କଟକରୁ ୪୧୧ ଓ ମୟୂରଭଂଜରୁ ୨୧୬ ଜଣ ସୁସ୍ଥ ହୋଇଛନ୍ତି । ସୁନ୍ଦରଗଡରୁ ୧୬୭, ଯାଜପୁରରୁ ୧୪୨, ବରଗଡରୁ ୧୪୧, ବାଲେଶ୍ୱରରୁ ୧୩୭, ନବରଂଗପୁରରୁ ୧୧୪, ପୁରୀରୁ ୧୦୯, ଜଗତସିଂହପୁରରୁ ୧୦୩, ସୋନପୁରରୁ ୧୦୩, କୋରାପୁଟରୁ ୧୦୨, ଅନୁଗୁଳରୁ ୧୦୧, ଢେଙ୍କାନାଳରୁ ୯୮ ସୁସ୍ଥ ହୋଇଛନ୍ତି ।

ରାଜ୍ୟରେ ଏ ଯାଏଁ ୧ ଲକ୍ଷ ୭୦ ହଜାର ୧୯୩ ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ଏହାଫଳରେ ସକ୍ରିୟ କୋରୋନା ପଜିଟିଭ ମାମଲା ହ୍ରାସ ପାଇବାରେ ଲାଗିଛି ।

Comments are closed.