ରାଜ୍ୟରେ ପୁଣି ବଢିଲା ପ୍ରଥମ ପର୍ଯ୍ୟାୟ କୋଭିଡ ଟିକାଦାନ ଅବଧି

ଭୁବନେଶ୍ୱର- ରାଜ୍ୟରେ ପ୍ରଥମ ପର୍ଯ୍ୟାୟ କୋଭିଡ ନିରୋଧୀ ଟିକାଦାନ ଅବଧି ପୁଣି ବୃଦ୍ଧି କରାଯାଇଛି । ଏହିମାସ ୨୫ ତାରିଖ ସୁଦ୍ଧା ସବୁ ସ୍ୱାସ୍ଥ୍ୟକର୍ମୀଙ୍କ ଟିକାକରଣ ସାରିବାକୁ ନିର୍ଦ୍ଦେଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ । ଏ ନେଇ ସବୁ ଜିଲ୍ଲାପାଳ, କମିଶନର ଓ ସିଡିଏମଓଙ୍କୁ ଚିଠି ଲେଖିଛି ସ୍ୱାସ୍ଥ୍ୟ ବିଭାଗ । ଏହିମାସ ୧୫ରୁ ଦ୍ୱିତୀୟ ପର୍ଯ୍ୟାୟ କୋଭିଡ ଟିକା ଡୋଜ ଦିଆଯିବ ।

Comments are closed.