ରାଜ୍ୟରେ ବଢୁଛି କୋରୋନା ସୁସ୍ଥଙ୍କ ସଂଖ୍ୟା, ଆଜି ୪ ହଜାର ୧୪ ରୋଗୀ ସୁସ୍ଥ

ଭୁବନେଶ୍ୱର- ଆଜି ରାଜ୍ୟରେ ୪ ହଜାର ୧୪ କୋରୋନା ରୋଗୀ ସୁସ୍ଥ ହୋଇଛନ୍ତି । ଏଥିସହ ରାଜ୍ୟରେ କୋରୋନାରୁ ସୁସ୍ଥ ହୋଇଥିବା ରୋଗୀଙ୍କ ସଂଖ୍ୟା ୧ ଲକ୍ଷ ୭୭ ହଜାର ୫୮୫ରେ ପହଂଚିଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦେଇଥିବା ସୂଚନା ଅନୁସାରେ ଖୋର୍ଧାରୁ ସର୍ବାଧିକ ୪ ହଜାର ୧୪ ରୋଗୀ ସୁସ୍ଥ ହୋଇଥିବା ବେଳେ କଟକ ଜିଲ୍ଲାରୁ ୪୦୪, ପୁରୀରୁ ୨୯୮, ଜଗତସିଂହପୁରରୁ ୨୧୨, ଯାଜପୁରରୁ ୧୬୭, ମୟୂରଭଂଜରୁ ୧୫୯, ସମ୍ବଲପୁରରୁ ୧୫୭, ଅନୁଗୁଳରୁ ୧୪୩, ବାଲେଶ୍ୱରରୁ ୧୩୧, କନ୍ଧମାଳରୁ ୧୩୦, ଝାରସୁଗୁଡାରୁ ୧୨୪, କେନ୍ଦ୍ରାପଡାରୁ ୧୧୯, ବରଗଡରୁ ୧୧୩, ବୌଦ୍ଧରୁ ୧୧୩ ଓ କଳାହାଣ୍ଡି ଜିଲ୍ଲାରୁ ୯୦ ଜଣ ସୁସ୍ଥ ହୋଇଛନ୍ତି ।

Comments are closed.