ରାଜ୍ୟରେ ବନାଗ୍ନି ଆୟତ୍ତାଧୀନ ଥିବା ସୂଚନା ଦେଲା ଫରେଷ୍ଟ ଫାୟର ଟାସ୍କ ଫୋର୍ସ

ଭୁବନେଶ୍ୱର- ରାଜ୍ୟ ସରକାର ଉଦ୍ୟମ ଓ ବନ ବିଭାଗର କ୍ଷେତ୍ର କର୍ମଚାରୀଙ୍କ ପରିଶ୍ରମ ବଳରେ ରାଜ୍ୟରେ ବନାଗ୍ନି ଆୟତ୍ତ କରାଯାଇପାରିଛି । ଫରେଷ୍ଟ ଫାୟର ଟାସ୍କ ଫୋର୍ସ ଏହି ସୂଚନା ଦେଇଛି । ରାଜ୍ୟ ଗସ୍ତରେ ଆସିଥିବା କେନ୍ଦ୍ରୀୟ ଦଳ ବନାଗ୍ନି ବାବଦରେ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିଛି । ରାଜ୍ୟ ବନାଗ୍ନି ପରିସ୍ଥିତିର ମୁକାବିଲା ପାଇଁ କ୍ଷେତ୍ର ଅଧିକାରୀମାନେ ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ରାଜ୍ୟରେ ପରିସ୍ଥିତି ଏବେ ସଂପୂର୍ଣ୍ଣ ଆୟତାଧୀନ ରହିଛି ବୋଲି ଟାସ୍କ ଫୋର୍ସ କହିଛି ।

Comments are closed.