ରାଜ୍ୟରେ ମୃତ ବ୍ୟକ୍ତିଙ୍କ କୋରୋନା ଟେଷ୍ଟ ନ କରିବାକୁ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶ

ଭୁବନେଶ୍ୱର- କୋଭିଡ-୧୯ ପ୍ରସଙ୍ଗରେ ସ୍ୱାସ୍ଥ୍ୟ ବିଭାଗ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି । ନିର୍ଦ୍ଦେଶ ମୁତାବକ ଏଣିକି ଆଉ ମୃତ ବ୍ୟକ୍ତିଙ୍କ କୋରୋନା ଟେଷ୍ଟ ହେବ ନାହିଁ । ଏ ନେଇ ସମସ୍ତ ହସପିଟାଲଗୁଡିକୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ମୃତଦେହ ପରିବାରକୁ ହସ୍ତାନ୍ତର କରିବାରେ ବିଳମ୍ବ ହେଉଥିବାରୁ ଏପରି ନିର୍ଦ୍ଦେଶ ଦିଆଯାଇଛି ।

ପ୍ରାଣ ହରାଉଥିବା ରୋଗୀଙ୍କ ସମସ୍ତ ତଥ୍ୟ ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶାଳୟରେ ୪୮ ଘଂଟା ମଧ୍ୟରେ ଦାଖଲ କରିବାକୁ କୁହାଯାଇଛି । ତେବେ, ରୋଗୀଙ୍କ ପୂର୍ବରୁ କେଉଁ ସବୁ ରୋଗ ଥିଲା ଓ ଆଡମିସନ ବେଳେ କେଉଁ ଲକ୍ଷଣ ଥିଲା, ସେ ନେଇ ରିପୋର୍ଟ ରାଜ୍ୟସ୍ତରୀୟ ଡେଥ୍ ଅଡିଟ୍ କମିଟି ନିକଟରେ ଦାଖଲ କରିବାକୁ କୁହାଯାଇଛି । ଫଳରେ ରୋଗୀ କୋରୋନା ନା ଆଉ କୌଣସି ରୋଗରେ ପ୍ରାଣ ହରାଇଛନ୍ତି, ତାହା ସ୍ପଷ୍ଟ ହୋଇପାରିବ ।

Comments are closed.